ନୂଆ ସରକାର ଘୋଷଣା ସପ୍ତାହେ ସ୍ଥଗିତ

(ବଡ଼ ଖବର ବ୍ୟୁରୋ):ତାଲିବାନ ଉପରେ ଚାପ । ସପ୍ତାହେ ସ୍ଥଗିତ ହେଲା ସରକାର ଘୋଷଣା । ନୂଆ ସରକାର କେବଳ ତାଲିବାନର କିଛି ଶୀର୍ଷ ନେତାଙ୍କୁ ନେଇ ଗଠନ ହୋଇଥିବା ବେଳେ ଏଥିରେ ବିଭିନ୍ନ ବର୍ଗର ପ୍ରତିନିଧି ନଥିବାରୁ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଏହାକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଘୋଷଣା କରିଥିଲେ। ଏହାକୁ ନଜରରେ ରଖି ଆଜି ତାଲିବାନ ସରକାର ଘୋଷଣା ପ୍ରକ୍ରିୟାକୁ ସପ୍ତାହକ ପାଇଁ ସ୍ଥଗିତ ରଖିଛି।

ଆଫଗାନିସ୍ତାନରେ ତାଲିବାନର ନୂଆ ସରକାର ଗଠନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟଙ୍କ ନାମ ଘୋଷଣା ହୋଇଥାନ୍ତା। ଅନ୍ୟ ପଟେ ବିଦ୍ରୋହୀ ଗୋଷ୍ଠୀ ମଧ୍ୟ ବିଭିନ୍ନ ଅଂଚଳରେ ସକ୍ରିୟ ହୋଇଉଠିଥିବା ବେଳେ ତରବରିଆ ଭାବେ ସରକାର ଘୋଷଣା ସମସ୍ୟା ବଢ଼ାଇବ ବୋଲି ତାଲିବାନ ନେତାମାନେ ଆଶଙ୍କା କରୁଛନ୍ତି।

ତାଲିବାନ ମୁଖପାତ୍ର ଜବିଉଲ୍ଳା ମୁଜାହିଦ କହିଛନ୍ତି ଯେ ସରକାର ବାବଦରେ ଚୂଡ଼ାନ୍ତ ଘୋଷଣା ପାଇଁ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ। ଅନ୍ୟପକ୍ଷେ ତାଲିବାନ ସାଂସ୍କୃତିକ କମିସନର ଉପମୁଖ୍ୟ ଅହମଦୁଲ୍ଲା ୱାସିକ୍‌ କହିଛନ୍ତି, ୨ରୁ ୩ ଦିନରେ ସରକାର ଗଠନ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ