Masthead

ଗୁଳି ମାଡ଼ରେ ବରଦାର ଆହତ

କାବୁଲ (ବଡ଼ ଖବର ବ୍ୟୁରୋ):  ଆଫଗାନିସ୍ତାନରେ ସତ୍ତାକୁ ନେଇ ଘମାଘୋଟ ଲଢେଇ ଆରମ୍ଭ ହୋଇଛି । ତାଲିବାନ ଓ ହକ୍କାନୀ ନେଟ୍ୱାର୍କ ମଧ୍ୟରେ ଗୁଳିମାଡ ଆରମ୍ଭ ହୋଇଯାଇଛି । ଏହି ଗୁଳିମାଡରେ ଆହତ ହୋଇଛନ୍ତି ତାଲିବାନ ସଂଗଠନର ମୁଖ୍ୟ ମୁଲ୍ଲା ଅବଦୁଲ୍ଲ ବରଦାର । ସୂଚନା ଅନୁଯାୟୀ ତାଲିବାନ ଆଫଗାନିସ୍ତାନକୁ ଜବରଦଖଲ କରିବା ପରେ ଏବେ ସେଠାରେ ମନମୁଖି ଶାସନ ଚଲାଇବା ଆରମ୍ଭ କରିଛି । ହେଲେ ଏ ଯାଏଁ ସରକାର ଗଠନ କରିନାହିଁ । 

ହକ୍କାନୀ ନେଟୱାର୍କ ତାଲିବାନୀ ଆତଙ୍କବାଦୀଙ୍କ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛି । ତାଲିବାନର ସହ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ୍ଲ ଘନି ବରଦାର ଚାହୁଛନ୍ତି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟ ସରକାରରେ ଯୋଗ ଦିଅନ୍ତୁ । କିନ୍ତୁ ତାଲିବାନର ଡେପୁଟି ନେତା ସିରାଉଦ୍ଦିନ ଏବଂ ତାଙ୍କର ସନ୍ତ୍ରାସବାଦୀ ଗୋଷ୍ଠୀ ହକ୍କାନୀ ନେଟୱାର୍କ କାହା ସହ କ୍ଷମତା ବାଣ୍ଟିବାକୁ ଚାହୁନାହାନ୍ତି ।

ଏହାକୁ ନେଇ ଦୁଇ ଆତଙ୍କବାଦୀ ଗୋଷ୍ଠି ମଧ୍ୟରେ ସଂଘର୍ଷ ଘଟିଛି । ତେବେ ଉଭୟଙ୍କ ମଧ୍ୟରେ ଗୁଳିମାଡ ବି ହୋଇଛି । ସେପଟେ ଉଭୟଙ୍କ ସଘଂର୍ଷ ନିଆଁରେ ଘିଅ ଢାଳୁଛି ପାକିସ୍ତାନ । ପାକିସ୍ତାନର ଗୁପ୍ତ ଏଜେନ୍ସି ଆଇଏସ୍ଆଇର ପ୍ରମୁଖ ଜେନେରାଲ ଫେଜ ହମିଦ ବର୍ତ୍ତମାନ କାବୁଲରେ ଅଛନ୍ତି । ଦୁଇ ଦଳ ମଧ୍ୟରେ ସମାଧାନ କରି ହକ୍କାନୀ ନେଟୱର୍କ ସପକ୍ଷରେ ଯେପରି ସରକାର ଗଢିପାରିବେ ସେଥିପାଇଁ ସେ ଚେଷ୍ଟା ଚଳାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ