Masthead

କେନ୍ଦ୍ର ସରକାର ନେହେରୁଙ୍କୁ କାହିଁକି ଘୃଣା କରୁଛନ୍ତି ବୋଲି ପ୍ରଶ୍ନ କଲେ ସଞ୍ଜୟ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ସଞ୍ଜୟ ରାଉତ । ବାରମ୍ବାର ନିଜର ରୋକଠୋକ କଥା ପାଇଁ ଚର୍ଚ୍ଚାରେ ରହୁଥିବା ସଞ୍ଜୟ ରାଉତ ବର୍ତ୍ତମାନ ଜବାହରଲାଲ ନେହେରୁଙ୍କପ୍ରସଙ୍ଗକୁ ଉଠାଇ ସମସ୍ତଙ୍କର ଦୃଷ୍ଟିକୁ ଆକର୍ଷଣ କରିଛନ୍ତି । ତେବେ ଭାରତର ସ୍ୱାଧୀନତାର ୭୫ ବର୍ଷ ବାର୍ଷିକୀ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଅନୁଷ୍ଠାନ ଦ୍ୱାରା ଜାରି ହୋଇଥିବା ପୋଷ୍ଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଫୋଟକୁ ଅନ୍ତର୍ଭୂକ୍ତ ନକରିବା କଥାକୁ ସହଜରେ ହଜମ କରିପାରି ନାହାଁନ୍ତି ଶିବସେନା ସାଂସଦ ।

ଏନେଇ ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ବିବୃତ୍ତି ଦେଇଛନ୍ତି । କେନ୍ଦ୍ର ସରକାର ଏପରି କରି ନିଜର ସଂକୀର୍ଣ୍ଣ ମାନସିକତାକୁ ଦର୍ଶାଉଛି ବୋଲି ସଞ୍ଜୟ ରାଉତ କହିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନେହେରୁଙ୍କୁ କାହିିଁକି ଏତେ ଘୃଣା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଅପରପକ୍ଷେ ଶିବସେନା ମୁଖପାତ୍ର ସାପ୍ତାହିକ ସାମନାରେ ମଧ୍ୟ ଏନେଇ ଏକ ବିବୃତ୍ତି ଲେଖିଛନ୍ତି । ତେବେ ଶିକ୍ଷା ମନ୍ତ୍ରଣାଳୟର ସ୍ୱୟଂଶାସିତ ସଂସ୍ଥା ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ ନେହେରୁ ଏବଂ ମୌଲାନା ଅବୁଲ କାଲାମ ଆଜାଦଙ୍କ ଫୋଟକୁ ପୋଷ୍ଟରରେ ସାମିଲ କରି ନାହାଁନ୍ତି ।

ଏପରି କାର୍ଯ୍ୟକୁ ରାଜନୈତିକ ପ୍ରତିଶୋଧ ବୋଲି ଶିବସେନା ମୁଖପାତ୍ର ଅଭିଯୋଗ କରିଛନ୍ତି । ଏପରି କାର୍ଯ୍ୟ ଭଲ ନୁହେଁ ଏବଂ ଏହା ସଂକୀର୍ଣ୍ଣ ମାନସିକତାକୁ ଦର୍ଶାଇଥାଏ । ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀ ପାଇଁ ଏହା ଏକ ଅପମାନ ବୋଲି ସଞ୍ଜୟ ରାଉତ କହିଛନ୍ତି । କେବଳ ଏତିକି ନୁହେଁ ବରଂ ନେହେରୁ ଏପରି କ’ଣ କରିଦେଇଛନ୍ତି ଯେ କେନ୍ଦ୍ର ସରକାର ତାଙ୍କୁ ଏଭଳି ଘୃଣା କରୁଛନ୍ତି ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି । ବରଂ ତାଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଅନୁଷ୍ଠାନିକଗୁଡିକ ବର୍ତ୍ତମାନ ଭାରତୀୟ ଅର୍ଥନୀତିକୁ ଶକ୍ତି ପ୍ରଦାନ କରୁଛି ।

ରାଷ୍ଟ୍ର ନିର୍ମାଣରେ ନେହେରୁ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଅମର ଅବଦାନକୁ କେନ୍ଦ୍ରର ଭାଜପା ସରକାର ନଷ୍ଟ କରିପାରିବେ ନାହିଁ । ନେହେରୁଙ୍କ ଅବଦାନକୁ ପ୍ରତ୍ୟାଖ୍ୟାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଇତିହାସରେ ଖଳନାୟକ କୁହାଯିବ ବୋଲି ସଞ୍ଜୟ ରାଉତ କହିଛନ୍ତି । ନିକଟରେ ଘୋଷଣା କରାଯାଇଥିବା ଜାତୀୟ ମୋନେଟାଇଜେସନ ପାଇପଲାଇନ ଯୋଜନା ସମ୍ପର୍କରେ ମଧ୍ୟ ସେ ପ୍ରତିକ୍ରିୟା ଦେଇଛନ୍ତି ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା