ପୁଲିସ ଯୁଆଡି ମୁହାଁମୁହିଁ

ମୟୂରଭଞ୍ଜ (ବଡ଼ ଖବର): ପୁଲିସ ଯୁଆଡି ମୁହାଁମୁହିଁ । ଲାଠି ବନାମ ପଥର । ଯୁଆଡିଙ୍କ ଅତର୍କିତ ପଥର ମାଡରେ ପୁଲିସ କର୍ମଚାରୀ ଆହତ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ କାଉଁରିପୋଷି ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଆହତ ପୁଲିସମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ୯ ଯୁଆଡିଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଆଡ୍ଡାରୁ ଯୁଆ ସାମଗ୍ରୀ, ୨ହଜାର ଟଙ୍କା ସହ ୩ଟି ମୋବାଇଲ ଜବତ କରାଯାଇଛି । ଫୁଲବଲ ଟୁଣ୍ଟାମେଣ୍ଟ ଚାଲିଥିବା ବେଳେ ସାଇଡରେ ଚାଲିଥିଲା ଯୁଆଖେଳ । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚିଥିଲା । ପୁଲିସକୁ ଦେଖିବା ପରେ ଯୁଆଡିମାନେ ଢ଼େଲା ପଥର ମାଡ କରିଥିଲେ । ଘଟଣାସ୍ଥଳରୁ ଖସି ପଳାଉଥିବା ବେଳେ ୪ଜଣଙ୍କୁ ଗିରଫ କରିଥିବା ବେଳେ ତଦନ୍ତ କରି ଆଉ ୫ଜଣଙ୍କୁ ଗିରଫ କରିଛି ପୁଲିସ । ଅନ୍ୟମାନଙ୍କୁ ଧରିବା ଲାଗି ପୁଳିସ ଉଦ୍ୟମ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ