Masthead

ଚାଷୀଙ୍କ ମହାସମ୍ମିଳନୀ, ୧୪୪ ଧାରା ଜାରି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ଚାଷୀଙ୍କ ମହାସମ୍ମିଳନୀ । ଉତ୍ତରପ୍ରଦେଶର ମୁଜାଫରନଗର ପରେ ଆଜି ହରିୟାଣାର କରନାଲରେ ମହାସମ୍ମିଳନୀ । ଅନିର୍ଦ୍ଧିଷ୍ଟ କାଳ ପାଇଁ ମିନି ସଚିବାଳୟ ଘେରାଉ କରିବେ ଚାଷୀ । ଏହାକୁ ଆଖି ଆଗରେ ରଖି ହରିୟାଣା ସରକାର ବ୍ୟାପକ ପୋଲିସ ମୁତୟନ କରିଛନ୍ତି ।

ଆଜି ରାତି ୧୨ଟା ପର୍ଯ୍ୟନ୍ତ ୫ ଜିଲ୍ଲାରେ ସମସ୍ତ ଇଣ୍ଟରନେଟ ସେବା ଏବଂ ଏସଏମଏସ ସେବା ବନ୍ଦ କରିଛନ୍ତି । ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ୧୦ ପ୍ଲାଟୁନ ସହିତ ସୁରକ୍ଷା କର୍ମଚାରୀଙ୍କ ୪୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାରା ୧୪୪ ଲାଗୁ କରାଯାଇଛି । ଚାଷୀ ସଂଗଠନର ପ୍ରସ୍ତାବିତ ସମ୍ମିଳନୀକୁ ଦୃଷ୍ଟିରେ ରଖି ଆଇନ ବ୍ୟବସ୍ଥାକୁ ମଜବୁତ କରିଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ