Masthead

ଏକାଠି ହେଲେ ଭୂପେଶ ଓ ସିଂହଦେବ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପଞ୍ଜାବ ପରେ ଛତିଶଗଡ କଂଗ୍ରେସରେ ଦେଖାଦେଇଥିଲା ଫାଟ । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହଦେଓଙ୍କ ମଧ୍ୟରେ ଚାଲିଥିବା ବାକଯୁଦ୍ଧର ଅବସାନ ଘଟିଛି । ଉଭୟ ନେତା ପ୍ରଥମଥର ପାଇଁ ଏକାଠି ନଜର ଆସିଥିବାର ଦେଖିବାକୁ ମିଳିଛି । ତେବେ ତୀଜା ଉତ୍ସବ ପାଇଁ ମୁଖ୍ୟମନ୍ତ୍ରୀ ବାଘେଲ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହଦେବଙ୍କୁ ନିମନ୍ତ୍ରଣ କରିଥିଲେ ।

ନିମନ୍ତ୍ରଣ ରକ୍ଷାକରି ସିଂହଦେବ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ । ଏହା ସହ ବାଘେଲଙ୍କ ସହ ମଞ୍ଚରେ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ବସିଥିବାର ଦେଖିବାକୁ ମିଳିଥିଲା । ଏନେଇ ବାଘେଲଙ୍କ ସୁରକ୍ଷା ଅଧିକାରୀ ସୂଚନା ଦେବା ପରେ ସାରା ଦେଶରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଅପରପକ୍ଷରେ ମଞ୍ଚରେ ମୁଖ୍ୟମନ୍ତ୍ରୀ ଓ ସିଂହଦେବ କଥାବାର୍ତ୍ତା ହୋଇଥିବାର ଦେଖିବାକୁ ମିଳିଥିଲା ।

କେବଳ ଏତିକି ନୁହେଁ ବରଂ କଂଗ୍ରେସ ନେତା ଅଳକା ଲାମ୍ବା ଓ ରାଗିନୀ ନାୟକଙ୍କ ସହ ମଧ୍ୟ ବାଘେଲ କଥା ହୋଇଥିଲେ । ଅନ୍ୟପଟେ ଭୂପେଶ ଓ ସିଂହଦେବଙ୍କୁ ଶେଷଥର ପାଇଁ ୨୫ ଜୁଲାଇରେ ଏକାଠି ଦେଖିବାକୁ ମିଳିଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ