Masthead

କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ

କୋଟିଆ (ବଡ଼ ଖବର ବ୍ୟୁରୋ): କୋଟିଆରେ ପୁଣି କାର୍ଯ୍ୟକ୍ରମ ଆରମ୍ଭ କଲା ଆନ୍ଧ୍ର । କୋଟିଆ ବିବାଦର ସମାଧାନ ନିମନ୍ତେ ମାନ୍ୟବର ସୁପ୍ରିମକୋର୍ଟ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରର ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ଆପସ ବୁଝାମଣାରେ ଉକ୍ତ ବିବାଦକୁ ସମାଧାନ ନିମନ୍ତେ ନିର୍ଦ୍ଦେଶ ଦେଇଥିବାବେଳେ ଆଜି ପୁଣି ଆନ୍ଧ୍ରପ୍ରଦେଶ ଦ୍ୱାରା ସୀମାନ୍ତ ଗ୍ରାମ ନେରେଡିବାଲାସା ଠାରେ ଆନ୍ଧ୍ରର ସ୍ପନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

ଉକ୍ତ କାର୍ଯ୍ୟକ୍ରମଟି ଆନ୍ଧ୍ରପ୍ରଦେଶ ର କୋଟିଆ ଥାନା ଦ୍ୱାରା ଆୟୋଜିତ ହୋଇଥିବାବେଳେ ଥାନା ଅଧିକାରୀ ସି ଆଇ ବି.ରୋହିନୀ ପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନେରେଡିବାଲାସା ଗ୍ରାମବାସୀ ଉପସ୍ଥିତ ହେବା ସହ ଗ୍ରାମରେ ପାନୀୟଜଳ ଅବ୍ୟବସ୍ଥା, ଆଧାରକାର୍ଡ ଇ କେ ୱାଇସି କରାଯିବା, ଜାତି ଗତ ପ୍ରମାଣପତ୍ର କରାଯିବା, ନେରେଡିବାଲାସା ଠାରୁ ସାଲୁର ପର୍ଯ୍ୟନ୍ତ ବସ ସେବା, ଉକ୍ତ ଗ୍ରାମରେ ଗ୍ରାମବାସୀ ବିଭିନ୍ନ ରୋଗାରେ ରୋଗାକ୍ରାନ୍ତ ହୋଇଥିବା କାରଣରୁ ମେଡିକାଲ କ୍ୟାମ୍ପ କରାଯିବା ନିମନ୍ତେ ଦାବିକରିଥିବା ନେଇ ଜଣାପଡିଅଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ