Masthead

ଏଣିକି ପୂଜାରି ହୋଇପାରିବେନି ମନ୍ଦିରର ମାଲିକ !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମନ୍ଦିରର ମାଲିକକୁ ନେଇ ସୁପ୍ରିମକୋର୍ଟଙ୍କର ବଡ଼ ନିଷ୍ପତ୍ତି । ତେବେ ମନ୍ଦିରର ପ୍ରକୃତ ମାଲିକ ହେଉଛନ୍ତି ମନ୍ଦିରର ପ୍ରତିଷ୍ଠିତ ଠାକୁର । ଏହାକୁ ପୁରୋହିତ ନେଇ ପାରିବେ ନାହିଁ । ପୂଜାରୀ କେବଳ ଠାକୁରଙ୍କ ଆରୋଧନା କରିବେ ଏବଂ ଦେବତାଙ୍କ ସମ୍ପତ୍ତି ଦେଖାରେଖା କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏନେଇ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ହେମନ୍ତ ଗୁପ୍ତା ଏବଂ ଏ ଏସ ବୋପନ୍ନା ଆଜି ଏହି ରାୟ ଶୁଣାଇଛନ୍ତି ।

ଅପରପକ୍ଷରେ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ମନ୍ଦିର ସମ୍ବନ୍ଧୀୟ ରାଜସ୍ୱ ରେକର୍ଡରୁ ପୂଜାରୀଙ୍କ ନାମ ହଟାଇବା ପାଇଁ ଏକ ସର୍କୁଲାର ଜାରି କରାଯାଇଥିଲା । ଏହାକୁ ସୁପ୍ରିମକୋର୍ଟ ସମର୍ଥନ ଜଣାଇବା ସହ ମନ୍ଦିର ସମ୍ବନ୍ଧୀୟ ରାଜସ୍ୱ ରେକର୍ଡରୁ ପୂଜାରୀଙ୍କ ନାମ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୁରୋହିତ କେବଳ ମନ୍ଦିରର ଠାକୁରଙ୍କର ପୂଜାକରିବେ ଏବଂ ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବେ ।

ଯେହେତୁ ଦେବତାଙ୍କ ନାମ ଆଇନରେ ଆଇନଗତ । ତେଣୁ ମନ୍ଦିରର ସମ୍ପତ୍ତି, ଜମି, ରାଜସ୍ୱ ରେକର୍ଡ ଗୁଡିକୁ ଦେବତାଙ୍କ ନାମରେ ରଖିବା ଉଚିତ । ଏହା ସହ ସୁପ୍ରିମକୋର୍ଟ ମଧ୍ୟ ଜମି ରାଜସ୍ୱର ରେକର୍ଡରୁ ପୁରୋହିତଙ୍କ ନାମ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!