Masthead

ହବିତୁଲ୍ଲା ଅଖୁନ୍ଦଜାଦାଙ୍କ ନେତୃତ୍ୱରେ ତାଲିବାନ ସରକାର

କାବୁଲ(ବଡ଼ ଖବର ବ୍ୟୁରୋ):   ଆଫଗାନିସ୍ତାନକୁ ଜବରଦଖଲ କରିବା ପରେ ଏବେ ତାଲିବାନ ନିଜର ଅସ୍ଥାୟୀ ସରକାର ଗଠନ କରିଛି । ଏହା ପରେ ସର୍ବୋଚ ନେତାଙ୍କ ନାଁ ମଧ୍ୟ ଘୋଷଣା କରିଛି । ତାଲିବାନର ଅସ୍ଥାୟୀ ସରକାରରେ ମୁଲ୍ଲା ହସନ ଅଖୁନ୍ଦ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଏବେ ତାଙ୍କ ଉପରେ ମୁଲ୍ଲା ହବିତୁଲ୍ଲା ଅଖୁନ୍ଦଜାଦା ନିଯୁକ୍ତି ପାଇଛନ୍ତି । ତେବେ ତାଙ୍କ ନେତୃତ୍ୱରେ ହିଁ ଆଫଗାନରେ ତାଲିବାନ ସରାକାର କାମ କରିବ ।

ଆଫଗାନିସ୍ତାନରେ ତାଲିବାନ ନିଜ ସରକାର ଗଠନ କରିବା ପରେ ଧିରେ ଧିରେ ତାଲିବାନର ଅସଲ ଚେହେରା ପଦାକୁ ଆସୁଛି । ବିଶ୍ୱ ଆଗରେ ନିଜକୁ ଭଲ କହୁଥିବା ତାଲିବାନ କୃରତାର ସୀମା ଡେଇଁ ଶାସନ କରୁଛି । ହିସାଂ, ଅକଥନୀୟ ଅତ୍ୟାଚାରର ଶୀକାର ହେଉଛନ୍ତି ଆଫଗାନିବାସୀ । ତେବେ ମୁଲ୍ଲା ଅଖୁନ୍ଦଜାଦା ଏବେ ତାଲିବାନର ସୁପ୍ରିମ ଲିଡର ଅଛନ୍ତି । ତାଙ୍କ ନିର୍ଦ୍ଦେଶରେ ହିଁ ସଂଗଠନ ସବୁକିଛି କାମ କରୁଛି ।

ଅଖୁନ୍ଦଜାଦା ୨୦୧୬ ରୁ ହିଁ ତାଲିବାନର ରାଜନୀତିକ,ଧାର୍ମିକ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସବୁକିଛି ସମ୍ଭାଳି ଆସୁଛନ୍ତି । ଏପଟେ ସଂଗଠନର ଘୋଷଣା ଅନୁଯାୟୀ, ମୁଲ୍ଲା ହସନ ଅଖୁନ୍ଦଜାଦା ହେଉଛନ୍ତି ଦେଶର କାମଚଳା ପ୍ରଧାମନ୍ତ୍ରୀ । ଚଳିତ ସପ୍ତାହରେ ହିଁ ତାଲିବାନ ନିଜର ଅସ୍ଥାୟୀ ସରକାର ଗଠନ କରିଛି । ସବୁଠାରୁ ବଡ କଥା ହେଲା ତାଲିବାନୀ ସରକାରରେ ଥିବା ୩୩ ଜଣ ସଦସ୍ୟଙ୍କ ମଧ୍ୟରୁ ୧୮ ଜଣଙ୍କୁ ମିଳିତ ଜାତି ସଂଘ ଓ ଅନ୍ୟାନ୍ୟ ଦେଶ ପକ୍ଷରୁ ଆତଙ୍କବାଦୀର ମାନ୍ୟତା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ