Masthead

ଶପଥ ଗ୍ରହଣ କରିବ ତାଲିବାନ, ଭାରତକୁ ନିମନ୍ତ୍ରଣ

(ବଡ଼ ଖବର ବ୍ୟୁରୋ) ତାଲିବାନୀ ସରକାର ଗଠନ ହୋଇସାରିିଛି । ତାଲିବାନର ପ୍ରତିଷ୍ଠାତା ସଦସ୍ୟ ମୁଲ୍ଲା ଅବଦୁଲ ଗନି ବରାଦର ତାଲିବାନର ସରକାର ସମ୍ଭାଳିବେ । ସ୍ୱର୍ଗତ ତାଲିବାନର ପ୍ରତିଷ୍ଠାତା ମଲ୍ଲିକା ଓମାରଙ୍କ ପୁଅ ମଲ୍ଲିକ ମହମ୍ମଦ ୟାକୁବ ଏବଂ ଶେର ମହମ୍ମଦ ଅବ୍ବାସ ଷ୍ଟାନାକଜାଇ ସରକାରରେ ଏକ ବରିଷ୍ଠ ପଦବୀରେ ଅବସ୍ଥାପିତ ହେବେ । ସେପ୍ଟେମ୍ବର ୧୧ରେ ଶପଥ ଗ୍ରହଣ କରିବ ତାଲିବାନ ସରକାର ।

ହାସନ ଅଖୁନ୍ଦଙ୍କ ନେତୃତ୍ୱରେ ତାଲିବାନ ସରକାର ଗଢ଼ାଯିବାକୁ ଥିବା ବେଳେ ଦୁଇଜଣ ଉପପ୍ରଧାନମନ୍ତ୍ରୀ ରହିବେ ବୋଲି ଘୋଷଣା ହୋଇଛି । ତାଲିବାନ ସରକାର ଏହାର ଶପଥ ଗ୍ରହଣ ଉତ୍ସବକୁ ଭାରତ ଏବଂ ଆମେରିକା ସମେତ ୭ଟି ରାଷ୍ଟ୍ରକୁ ନିମନ୍ତ୍ରଣ କରିଛି । ଭାରତ ଓ ଆମେରିକା ସମେତ ଚୀନ୍‌, ତୁର୍କୀ, ପାକିସ୍ତାନ, ଇରାନ ଓ କତାର ନିମନ୍ତ୍ରିତ ହୋଇଛନ୍ତି । ଗତ ମଙ୍ଗଳବାର ତାଲିବାନ କା‌ମଚଳା ସରକାର‌ ଘୋଷଣା କରିଛି । ୩୩ ଜଣଙ୍କୁ ନେଇ ଏହି ମନ୍ତ୍ରିମଣ୍ଡଳ ଗଠନ ହେବ ।

ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, ଆମେ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହ ଭଲ ସମ୍ପର୍କ ଚାହୁ । ଯୁଦ୍ଧ ଶେଷ ହୋଇସାରିଛି। ଦେଶ ଏବେ ସଙ୍କଟମୁକ୍ତ । ତାଲିବାନ ପଡ଼ୋଶୀ ରାଷ୍ଟ୍ରଙ୍କଠାରୁ ସହଯୋଗ ଚାହେ ବୋଲି ସେ କହିଥିଲେ । କିନ୍ତୁ ଅନ୍ତର୍ଜାତୀୟ ସମୁଦାୟ ଏଯାବତ୍‌ ତାଲିବାନ ସରକାରକୁ ଗ୍ରହଣ କରିପାରିନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼