Masthead

ଶପଥ ଗ୍ରହଣ କରିବ ତାଲିବାନ, ଭାରତକୁ ନିମନ୍ତ୍ରଣ

(ବଡ଼ ଖବର ବ୍ୟୁରୋ) ତାଲିବାନୀ ସରକାର ଗଠନ ହୋଇସାରିିଛି । ତାଲିବାନର ପ୍ରତିଷ୍ଠାତା ସଦସ୍ୟ ମୁଲ୍ଲା ଅବଦୁଲ ଗନି ବରାଦର ତାଲିବାନର ସରକାର ସମ୍ଭାଳିବେ । ସ୍ୱର୍ଗତ ତାଲିବାନର ପ୍ରତିଷ୍ଠାତା ମଲ୍ଲିକା ଓମାରଙ୍କ ପୁଅ ମଲ୍ଲିକ ମହମ୍ମଦ ୟାକୁବ ଏବଂ ଶେର ମହମ୍ମଦ ଅବ୍ବାସ ଷ୍ଟାନାକଜାଇ ସରକାରରେ ଏକ ବରିଷ୍ଠ ପଦବୀରେ ଅବସ୍ଥାପିତ ହେବେ । ସେପ୍ଟେମ୍ବର ୧୧ରେ ଶପଥ ଗ୍ରହଣ କରିବ ତାଲିବାନ ସରକାର ।

ହାସନ ଅଖୁନ୍ଦଙ୍କ ନେତୃତ୍ୱରେ ତାଲିବାନ ସରକାର ଗଢ଼ାଯିବାକୁ ଥିବା ବେଳେ ଦୁଇଜଣ ଉପପ୍ରଧାନମନ୍ତ୍ରୀ ରହିବେ ବୋଲି ଘୋଷଣା ହୋଇଛି । ତାଲିବାନ ସରକାର ଏହାର ଶପଥ ଗ୍ରହଣ ଉତ୍ସବକୁ ଭାରତ ଏବଂ ଆମେରିକା ସମେତ ୭ଟି ରାଷ୍ଟ୍ରକୁ ନିମନ୍ତ୍ରଣ କରିଛି । ଭାରତ ଓ ଆମେରିକା ସମେତ ଚୀନ୍‌, ତୁର୍କୀ, ପାକିସ୍ତାନ, ଇରାନ ଓ କତାର ନିମନ୍ତ୍ରିତ ହୋଇଛନ୍ତି । ଗତ ମଙ୍ଗଳବାର ତାଲିବାନ କା‌ମଚଳା ସରକାର‌ ଘୋଷଣା କରିଛି । ୩୩ ଜଣଙ୍କୁ ନେଇ ଏହି ମନ୍ତ୍ରିମଣ୍ଡଳ ଗଠନ ହେବ ।

ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, ଆମେ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହ ଭଲ ସମ୍ପର୍କ ଚାହୁ । ଯୁଦ୍ଧ ଶେଷ ହୋଇସାରିଛି। ଦେଶ ଏବେ ସଙ୍କଟମୁକ୍ତ । ତାଲିବାନ ପଡ଼ୋଶୀ ରାଷ୍ଟ୍ରଙ୍କଠାରୁ ସହଯୋଗ ଚାହେ ବୋଲି ସେ କହିଥିଲେ । କିନ୍ତୁ ଅନ୍ତର୍ଜାତୀୟ ସମୁଦାୟ ଏଯାବତ୍‌ ତାଲିବାନ ସରକାରକୁ ଗ୍ରହଣ କରିପାରିନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି