Masthead

ରାଣେଙ୍କ ପତ୍ନୀ ଏବଂ ପୁଅଙ୍କ ନାଁରେ ଜାରି ହେଲା ଲୁକଆଉଟ ନୋଟିସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) :   ବଢୁଛି ରାଣେଙ୍କ ଆଡୁଆ । କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ପୁଣି ଏକ ବଡ ଝଟକା ଲାଗିଛି । ତାଙ୍କ ପତ୍ନୀ ଓ ପୁଅଙ୍କ ନାଁରେ ଲୁକଆଉଟ ନୋଟିସ ଜାରି କରାଯାଇଛି । ପତ୍ନୀ ଓ ବିଧାୟକ ପୁଅ ନାଁରେ ୬୫ କୋଟି ଟଙ୍କାର ଋଣ ନସୁଝିବା ଅଭିଯୋଗ ରହିଛି । ତେବେ ଗୁରୁବାର ତାଙ୍କ ନାଁରେ ଏହି ଲୁକଆଉଟ ନୋଟିସ ଜାରି କରିଛି ପୋଲିସ । ଏହି ନୋଟିସ ଜାରି ହେବା ପରେ ସେମାନଙ୍କୁ ଦେଶ ଛାଡି ଯିବା ପାଇଁ ମନା ହୋଇଛି ।

ସୂଚନା ଅନୁସାରେ ପତ୍ନୀ ନିଲମ ରାଣେଙ୍କ ଅଧିନରେ ଥିବା କମ୍ପାନୀ ଆର୍ଟଲାଇନ୍ ପ୍ରପର୍ଟିଜ୍ ପ୍ରାଇଭେଟ ଲିମିଟେଡ୍ ଡିଏଚଏଫଏଲ୍ରୁ ୨୫ କୋଟି ଟଙ୍କା ଋଣ ନେଇଥିଲା । ଏବେ ଏହି କମ୍ପାନି ଉପରେ ୨୭.୧୩ କୋଟି ଟଙ୍କାର ଋଣଭାର ରହିଛି । ସେହିଭଳି ତାଙ୍କ ପୁଅ ନୀତେଶଙ୍କ କମ୍ପାନୀ ନୀଲମ ହୋଟେଲ ଉପରେ ୩୪ କୋଟି ଟଙ୍କାର ଋଣ ରହିଛି । ଏହା ପରେ କେନ୍ଦ୍ର ଏ ନେଇ ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ସେମାନଙ୍କ ନାଁରେ ଲୁକଆଉଟ ନୋଟିସ ଜାରିହୋଇଥିବା ନେଇ ସେ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି