Masthead

ବାଇଡେନ-ଜିନପିଙ୍ଗଙ୍କ ଆଲୋଚନା….

(ବଡ଼ ଖବର ବ୍ୟୁରୋ): ୭ ମାସ ମଧ୍ୟରେ ଆଜି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପ୍ରଥମ କରି ଫୋନରେ ଚୀନର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା କରି ରହିଲେ ଯେ, ଆମେରିକା-ଚୀନ୍‌ ପ୍ରତିଯୋଗିତା ‘ସଂଘର୍ଷ’କୁ ଆମନ୍ତ୍ରଣ କରିବା ଅନୁଚିତ।
ସୂଚନା ଅନୁସାରେ, ହ୍ୱାଇଟ ହାଉସର ଜଣେ ଅଧିକାରୀଙ୍କ କହିବାନୁସାରେ, ଉଭୟ ଦେଶ ବିକାଶ ଓ ସମୃଦ୍ଧିରେ ସହଭାଗିତା ହେବା ପାଇଁ ଆଲୋଚନା କରିଛନ୍ତି ।

ଭବିଷ୍ୟତରେ ଏପରି କୌଣସି ପରିସ୍ଥିତି ନ ଉପୁଜେ ଯାହା ଯୁଦ୍ଧର ରୂପ ନେବ । ଏହି ଆଲୋଚନା ସେତେବେଳେ ହୋଇଛି ଯେତେବେଳେ ଚୀନ ଦ୍ୱାରା କରାଯାଉଥିବା ସାଇବର ଚୁକ୍ତିର ଉଲ୍ଲଙ୍ଘନ, କରୋନା ମହାମାରୀ ବିରୋଧରେ ଖାମଖିଆଲ ମନୋଭାବ ପାଇଁ ଆମେରିକା ଅସନ୍ତୁଷ୍ଟ ଅଛି ।

ନିକଟରେ ଆମେରିକା ଚୀନର ବାଣିଜ୍ୟ ନିୟମକୁ ଜବରଦସ୍ତି ଓ ଅନୁଚିତ କହିଥିଲା । ମୁଖ୍ୟତଃ ଶାନ୍ତି ପ୍ରତିଷ୍ଠା ଓ ଉତ୍ତେଜନା ପ୍ରଶମିତ ଦିଗରେ ଏହି ଆଲୋଚନା ହୋଇଥିଲା । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଆଗ୍ରହୀ ବୋଲି ରାଷ୍ଟ୍ରପତି ବାଇଡେନ୍‌ ଗୁରୁତ୍ବାରୋପ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଯେମିତି ସଂଘର୍ଷର ମୋଡ଼ ନ ନିଏ ସେଥିପ୍ରତି ସମଗ୍ର ବିଶ୍ବ ଏବଂ ଦୁଇ ନେତା ଦାୟିତ୍ବବାନ ହେବା ଉଚିତ ବୋଲି ସେମାନେ ଆଲୋଚନା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି