Masthead

କର୍ଣ୍ଣାଟକରେ ଶିବ କୁମାର ରାଜ

(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକ ରାଜ୍ୟକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ । ବୁଧବାର ଦକ୍ଷିଣ ଭାରତରେ ନୂଆ ଚେହେରାକୁ ଆଗକୁ ଆଣିଲା ଭାରତୀୟ ଜାତୀୟ କଂଗ୍ରେସ । ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଡି.କେ ଶିବ କୁମାର । କର୍ଣ୍ଣାଟକ ରାଜ୍ୟର ୧୮ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଶିବ କୁମାର । ଦୀର୍ଘ ଦିନଧରି ମୁଖ୍ୟମନ୍ତ୍ରୀ ପଦକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୌୟା ଏବଂ ଡିକେଙ୍କ ମଧ୍ୟରେ ଛକାପଞ୍ଚା ଲାଗିରହିଥିଲା ।

କିନ୍ତୁ ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୌୟା ଇସ୍ତଫା ଦେଲେ । ବେଙ୍ଗାଲୁରୁର ଲୋକ ଭବନରେ ଶପଥ ଉର୍ସବ ଅନୁଷ୍ଟିତ ହୋଇଥିଲା । ଶପଥ ସମାରୋହରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ରାଜ୍ୟସଭାର ବିରୋଧୀ ଦଳ ନେତା ମଲିକାର୍ଜ୍ଜୁ ଖଡ୍ଗେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୌୟାଙ୍କ ସହ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।କର୍ଣ୍ଣାଟକରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଶିବ କୁମାରଙ୍କ ରାଜ ଆଜିଠାରୁ ଆରମ୍ଭ । ଡି କେ ଶିବକୁମାରଙ୍କ ସହ ୧୩ ଜଣ ମନ୍ତ୍ରୀ ଭାବେ ଶପଥ ସହ ନେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୌୟାଙ୍କ ପୁଅ ମଧ୍ୟ ମନ୍ତ୍ରୀ ପରିଷଦରେ ସାମିଲ ହୋଇଛନ୍ତି । ଡିକେଙ୍କ ସହ ମନ୍ତ୍ରିପରିଷଦର ସଦସ୍ୟଙ୍କୁ ରାଜ୍ୟପାଳ ଥାଓରଚାନ୍ଦ ଗେହଲଟ୍ ପଦ ଓ ଗୋପନୀୟତା ଶପଥ ପାଠ କରାଇଛନ୍ତି ।

ରାଷ୍ଟ୍ରଗୃହ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ଜି ପରମେଶ୍ୱର ଶିବ କୁମାର ସରକାରରେ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଅନ୍ୟ ୧୨ ଜଣ ବିଧାୟକଙ୍କୁ ନୂତନ କ୍ୟାବିନେଟରେ ମନ୍ତ୍ରୀ ଭାବରେ ସାମିଲ କରାଯାଇଛି । ଲୋକ ଭବନରେ ଶିବକୁମାରଙ୍କ ଶପଥ ଗ୍ରହଣ ଉସôବରେ ନାରାୟଣ ମୂର୍ତ୍ତି ଓ ତାଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁଧା ମୂର୍ତ୍ତି, ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ , ଅଭିନେତା ଜୟମାଳା ଓ ଶିବ ରାଜକୁମାର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ଏହା ସହ ଶିବ କୁମାରଙ୍କ ପତ୍ନୀ ଏବଂ ଝିଅ ଐଶ୍ୱର୍ଯ୍ୟାଙ୍କ ସହ ପରିବାର ଲୋକ ସାମିଲ ହୋଇଥିଲେ । ଶିବ କୁମାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ଶୁଅ ଛୁଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କର୍ଣ୍ଣାଟକରେ ଶିବ କୁମାର ରାଜ 🔴 ପୁଣି ନିରାଶ…ଚାଲିଛି ମନ୍ତ୍ରୀଙ୍କ ଖାତା ଦେଖା 🔴 କଲବଲ କରୁଛି ତାତି 🔴 ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ 🔴 ସୌମ୍ୟ ହତ୍ୟା, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ 🔴 ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ 🔴 ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡି.କେ. ଶିବକୁମାର 🔴 ପୁଣି ଘନେଇଲା ମଧ୍ୟପ୍ରାଚ୍ୟରେ ଯୁଦ୍ଧ 🔴 ୮୪ ବର୍ଷର ବୃଦ୍ଧଙ୍କୁ ଜେଲ ଦଣ୍ଡ 🔴 ସୌମ୍ୟ ହତ୍ୟାକାଣ୍ଡ ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କର୍ଣ୍ଣାଟକରେ ଶିବ କୁମାର ରାଜ 🔴 ପୁଣି ନିରାଶ…ଚାଲିଛି ମନ୍ତ୍ରୀଙ୍କ ଖାତା ଦେଖା 🔴 କଲବଲ କରୁଛି ତାତି 🔴 ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ 🔴 ସୌମ୍ୟ ହତ୍ୟା, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ 🔴 ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ 🔴 ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡି.କେ. ଶିବକୁମାର 🔴 ପୁଣି ଘନେଇଲା ମଧ୍ୟପ୍ରାଚ୍ୟରେ ଯୁଦ୍ଧ 🔴 ୮୪ ବର୍ଷର ବୃଦ୍ଧଙ୍କୁ ଜେଲ ଦଣ୍ଡ 🔴 ସୌମ୍ୟ ହତ୍ୟାକାଣ୍ଡ ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ