Masthead

୨୭ ଦିନର ଶିଶୁକୁ ଚେଙ୍କ : ଲିଭିଗଲା ଜୀବନଦୀପ

ବାଦାମପାହାଡ଼ (ବଡ଼ ଖବର ବ୍ୟୁରୋ): ଗତ ମାସ ୪ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବଡ଼ଜଇଦାନପୋଷି ଗ୍ରାମର ମୁନି ମାଝୀଙ୍କ ସ୍ତ୍ରୀ କର୍ମୀ ମଝୀ ବଦାମପାହାଡ଼ ଡ଼ାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଉଭୟ ମା ଓ ଛୁଆ ସୁସ୍ଥ ହୋଇ ଘରକୁ ଫେରିଥିଲେ। ମାତ୍ର କିଛିଦିନ ପରେ ନବଜାତ ଶିଶୁଟି ବାରମ୍ବାର କାନ୍ଦିବାର ଦେଖି ମାଆ ମୁନି ମଝୀ ବ୍ୟସ୍ତ ହୋଇପଡୁଥିଲେ । ଶିଶୁଟିର ପେଟ ବ୍ୟଥା ହେଉଥିବା ଭାବି ସେ ଗାଁର ଜଣେ ମହିଳାଙ୍କୁ ଜଣାଇଥିଲେ। ମହିଳା ଜଣକ ଛୁଆର ପେଟରେ ଚେଙ୍କ ଦେଇଥିଲେ । ଏକ ଦାଆକୁ ନିଆଁରେ ଗରମ କରି ପିଲାଟିର ପେଟର ଚାରିପଟେ ୧୨ଟି ଚେଙ୍କ ଦେଇଥିଲେ। ଚେଙ୍କ ଦେବାପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଗୁରୁତର ଶିଶୁକୁ ପରିବାର ଲୋକେ ପ୍ରଥମେ ବଦାମପାହାଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାକୁ ରାଇରଙ୍ଗପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ରାତିରେ କଅଁଳ ଶିଶୁଟି ସବୁଦିନ ପାଇଁ ଆଖି ବୁଜିଦେଇଛି।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ