Masthead

ଦିଲ୍ଲୀ ନିର୍ଭୟା କାଣ୍ଡର ପୁନରାବୃତ୍ତି; ହସ୍ପିଟାଲରେ ଭର୍ତ୍ତି ହେଲେ ଗୁରୁତର ମହିଳା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସାରା ଦେଶର ଦିଲ୍ଲୀର ନିର୍ଭୟା କାଣ୍ଡ ଭୁଲିନଥିବା ବେଳେ ମୁମ୍ବାଇ ସାମ୍ନାକୁ ଆସିଛି ଆଉ ଗୋଟେ ଘଟଣା । କିଏ ଏହାକୁ ନିର୍ଭୟା କାଣ୍ଡର ପୁନରାବୃତ୍ତି କହୁଥିବା ବେଳେ ଆଉ କିଏ ଏହାକୁ ତା’ଠାରୁ ଭୟଙ୍କର ବୋଲି ବଖାଣିଛନ୍ତି । ମୁମ୍ବାଇ ସାକିନାକାରେ ଜଣେ ୩୦ ବର୍ଷୀୟ ମହିଳାଙ୍କ ସହ ବର୍ବର ଦୁଷ୍କର୍ମ କରାଯାଇଛି । ଏପରିକି ଅଭିଯୁକ୍ତ ନୃଶଂସତାର ସମସ୍ତ ସୀମା ପାର କରିଯାଇଛନ୍ତି । ମହିଳାଙ୍କ ଗୁପ୍ତାଙ୍ଗରେ ରଡ ପୁରାଇ ଦେଇଥିବା ବେଳେ ଗୁରୁତର ମହିଳା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି। କୁହାଯାଏ ମହିଳାଙ୍କ ଲାଗି ମୁମ୍ବାଇ ଦେଶର ସୁରକ୍ଷିତ ସହର। ତେବେ ଏହି ଘଟଣା ପ୍ରଚାରିତ ହେବା ପରେ ସାରା ରାଜ୍ୟ ଦୋହଲି ଯାଇଛି। ମାମଲାରେ ଅନେକ ଲୋକଙ୍କ ସମ୍ପୃକ୍ତି ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ଗିରଫ ଅଭିଯୁକ୍ତକୁ ପଚରା ଉଚରା ଜାରି ରହିଛି। ଏହି ଘଟଣା ଗୁରୁବାର ବିଳମ୍ବିତ ରାତ୍ରିରେ ସାକିନାକା ଖୈରାନୀ ରୋଡରେ ହୋଇଥିବା କୁହାଯାଉଛି।

ରାତି ପ୍ରାୟ ୩ଟା ୩୦ ମିନିଟ୍‌ରେ ପୋଲିସକୁ ଘଟଣା ନେଇ ସୂଚନା ମିଳିଥିଲା। ସାକିନାକା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ରକ୍ତରେ ଜୁଡୁବୁଡୁ ବୋହୋସ ମହିଳାଙ୍କୁ ଉଦ୍ଧାର କରି ରାଜାବାଡୀ ହସ୍ପିଟାଲରେ ଭର୍ତ୍ତି କରିଛି। ସେଠାରେ ଏବେ ମହିଳାଙ୍କ ଚିକିତ୍ସା ଜାରି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ