Masthead

ଅଭେଦ୍ୟ ସୁରକ୍ଷା ବଳୟରେ ଯେବେ ଆତଙ୍କୀ ଖେଳିଥିଲେ ରକ୍ତର ହୋଲି, ୯/୧୧କୁ ପୂରିଲା କୋଡ଼ିଏ ବର୍ଷ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):୨୦୦୧ ସେପ୍ଟେମ୍ବର ୧୧ । ପୂର୍ବାହ୍ନ ପ୍ରାୟ ୮ଟା ୪୫ । ଥରି ଉଠିଥିଲା ଆମେରିକାର ୱାଶିଂଟନ୍ । ବିଶ୍ୱର ସବୁଠାର ଶକ୍ତିଶାଳୀ ରାଷ୍ଟ୍ର ଦେଖିଥିଲା ଆତଙ୍କବାଦୀଙ୍କ ଭୟଙ୍କର ରୂପ । ଅଭେଦ୍ୟ ସୁରକ୍ଷାକୁ ଭେଦ କରି ରକ୍ତର ହୋଲି ଖେଳିଥିଲା ଅଲକାଏଦା ଆତଙ୍କବାଦୀ ସଂଗଠନ । କିଛି ସମୟ ମଧ୍ୟରେ ନ୍ୟୁୟର୍କର ସବୁଠାରୁ ଉଚ୍ଚ ଅଟ୍ଟାଳିକା ହୋଇଯାଇଥିଲା ଧରାଶାୟୀ । ଆଉ ଅକାଳରେ ଚାଲିଯାଇଥିଲା ୩ହଜାର ନିରିହ ଲୋକଙ୍କ ଜୀବନ । ଏପରି ଆକ୍ରମଣ ଯାହା ସାରା ବିଶ୍ୱକୁ ସ୍ତବ୍ଧ କରି ରଖିଦେଇଥିଲା । କିଛି ସମୟ ମଧ୍ୟରେ ୪ଟି ଅଟ୍ଟାଳିକାକୁ ଟାର୍ଗେଟ କରି ଆକ୍ରମଣ କରିଥିଲେ ଆତଙ୍କବାଦୀ ।

୧୧ ସେପ୍ଟେମ୍ବର ୨୦୦୧ ମଙ୍ଗଳବାର ସକାଳେ ନ୍ୟୁୟର୍କର ସବୁଠୁ ଉଚ୍ଚ ଅଟ୍ଟାଳିକା ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର(ଡବ୍ଲ୍ୟୁଟିସି) ନର୍ଥ ଟାୱାରରେ ମାଡ଼ ହୋଇଥିଲା ବୋଇଂ ୭୬୭ ବିମାନ । ପ୍ରାୟ ୧୦୦ ମିନିଟ ପର୍ଯ୍ୟନ୍ତ ହୁ ହୁ ହୋଇ ଜଳିଥିଲା ଟାୱାର ମଧ୍ୟରେ ଥିବା ମହଲା । ଆଉ ଏହାର ଠିକ ୧୮ ମିନିଟ ପରେ ସକାଳ ୯ଟା ୩ରେ ସେହି ଡବ୍ଲ୍ୟୁଟିସିର ଅନ୍ୟ ଟାୱାରରେ ପିଟି ହୋଇଥିଲା ଆଉ ଏକ ବିମାନ । ଫଳରେ ୫୬ ମିନିଟ ପର୍ଯ୍ୟନ୍ତ ଜଳିଉଠିଥିଲା ଦ୍ୱିତୀୟ ଟାୱାର । ଆଖି ପିଛୁଳାକେ ଭୁସୁଡ଼ି ପଡ଼ିଥିଲା ବିଶ୍ୱର ଅନ୍ୟତମ ଉଚ୍ଚ ଅଟ୍ଟାଳିକା । ନିଆଁ ଓ ମୋଟା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା ଚାରିପାଖ ।

ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ପୁଣି ଶୁଣିବାକୁ ମିଳିଥିଲା ଆଉ ଏକ ବିସ୍ଫୋରଣର ଶବ୍ଦ । ଏକାସାଙ୍ଗରେ ଦୁଇଟି ସ୍ଥାନରେ ପୁଣି ଆକ୍ରମଣ କରିଥିଲେ ଆତଙ୍କବାଦୀ । ଗୋଟିଏ ବିମାନ ୱାଶିଂଟନ ଡିସିରେ ଥିବା ପେଣ୍ଟାଗନ ବିଲ୍ଡିଂରେ ମାଡ଼ ହୋଇଥିବା ବେଳେ ଚତୁର୍ଥ ଆକ୍ରମଣ ପେନସିଲଭାନିଆରେ ଏକ ପଡ଼ିଆରେ ହୋଇଥିଲା ।

ଏକାଦିନରେ ୪ଟି ଆକ୍ରମଣକୁ ସାମ୍ନା କରିଥିଲେ ଆମେରିକାବାସୀ । ଏହି ଆକ୍ରମଣରେ ନିୟୋଜିତ ହୋଇଥିଲେ ୧୯ଜଣ ଆତଙ୍କବାଦୀ । ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଥିଲା ଡବ୍ଲ୍ୟୁଟିସିର ଟ୍ୱିନ ଟ୍ୱାୱାର । ମୃତ୍ୟୁ ସଂଖ୍ୟା ବଢ଼ି ୩ହଜାରରେ ପହଞ୍ଚିଥିଲା । ଯେଉଁମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଲୋକଙ୍କ ପରିଚୟ ଏବେ ବି ମିଳିପାରିନାହିଁ । ଆହତ ହୋଇଥିବା ଲୋକ ମାନେ ଏବେ ବି ସୁସ୍ଥ ଜୀବନ ଜିଇଁବାକୁ ସଂଘର୍ଷରତ ।

ବିଶ୍ୱକୁ ଥରାଇଦେଇଥିବା ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଅଲକାଏଦା ସଂଗଠନର ମୁଖ୍ୟ ଓସାମା ବିନ ଲାଡେନ । ଏହି ଆକ୍ରମଣର ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଘୋଷଣା କରିଥିଲେ ଆମେରିକାର ତକ୍ରାଳୀନ ରାଷ୍ଟ୍ରପତି ଜର୍ଜ ଡବୁଲ୍ୟୁ ବୁଶ୍ । ଓସାମା ବିନ ଲାଡେନକୁ ପାକିସ୍ତାନରେ ପଶି ହତ୍ୟା କରିଥିଲା ଆମେରିକା ।

ସେହିଭଳି ଲାଡେନକୁ ଶରଣ ଦେଇଥିବା ତାଲିବାନ ସଂଗଠନକୁ ମଧ୍ୟ ବହୁମୂଲ୍ୟ ଦେବାକୁ ପଡ଼ିଥିଲା । ଆଫଗାନିସ୍ତାନରେ ତାଲିବାନ ଶାସନକୁ ୨୦୦୧ରେ ହିଁ ହଟାଇଦେଇଥିଲା ଆମେରିକା । ଏହାସହ ସେଠାରେ ନିଜର ସେନା ନିୟୋଜିତ କରିଥିଲା । ଆମେରିକା ଇତିହାସରେ କଳାଦିନ ଭାବେ ପରିଚିତ ‘୯-୧୧’ର ଲୋମଟାଙ୍କୁରା ଘଟଣାକୁ ଆଜି ପୂରିଛି ୨୦ ବର୍ଷ । ୯/୧୧ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛି ଆମେରିକା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!