Masthead

ନିର୍ଭୟା ଘଟଣାର ପୁନରାବୃତ୍ତି, ଆଖି ବୁଜିଲେ ମୁମ୍ବାଇ ଦୁଷ୍କର୍ମ ପୀଡ଼ିତା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଜୀବନ ଯୁଦ୍ଧରେ ହାରିଗଲେ ମୁମ୍ବାଇ ଦୁଷ୍କର୍ମ ପୀଡ଼ିତା । ମୁମ୍ବାଇ ସାକିନାକା ଅଞ୍ଚଳରେ ଦିଲ୍ଲୀ ନିର୍ଭୟା ଘଟଣାର ପୁନରାବୃତ୍ତି ଘଟିଥିଲା । ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ ପୀଡ଼ିତା କିନ୍ତୁ ଆଜି ତାଙ୍କର ମୃତ୍ରୁ ହୋଇଛି । ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ତରଫରୁ ଏନେଇ ସ୍ପଷ୍ଟିକରଣ ପ୍ରଦାନ କରାଯାଇଛି । ମୁମ୍ବାଇ ସାକିନାକାରେ ଜଣେ ୩୦ ବର୍ଷୀୟ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିଲେ। ଦୁଷ୍କର୍ମ ପରେ ଦୁର୍ବୃତ୍ତ ଜଣକ ତାଙ୍କ ସମ୍ବେଦନଶୀଳ ଅଙ୍ଗରେ ରଡ୍‌ ଭର୍ତ୍ତି କରି ଦେଇଥିଲେ। ପରେ ମହିଳାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା।

ତେବେ ସେଠାରେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିଲା। ସେ ଭେଣ୍ଟିଲେଟରରେ ଥିଲେ ବୋଲି ସୂଚନା ଦିଆଯାଇଥିଲା । ଶନିବାର ମୁମ୍ବାଇର ମେୟର ରାଜୱାଡି ହସ୍ପିଟାଲ ଘାଟକୋପରରେ ପହଞ୍ଚି ପୀଡିତାଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସେପଟେ ପୁଲିସ ଏହି ମାମଲାର ଅଭିଯୁକ୍ତ ମୋହିତ ଚୌହାନକୁ ଗିରଫ କରିଛି। ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ବ୍ୟକ୍ତି ମାନଙ୍କୁ ମଧ୍ୟ ପୋଲିସ ଖୋଜିବାରେ ଲାଗିପଡ଼ିଛି।

ସାକିନାକର ଖାଇରାନି ରାସ୍ତାରେ ଏହି ଘଟଣା ଘଟିଥିବାରୁ ଡିସିପି ଓ ଅତିରିକ୍ତ କମିଶନର ସେଠାକୁ ଯାଇ ଯାଞ୍ଚ କରିଛନ୍ତି। ଅନ୍ୟପଟେ ଘଟଣା ଦିନର ପୂରା ଫୁଟେଜ ସାମ୍ନାକୁ ଆସିଛି। ଏଥିରେ ଅଭିଯୁକ୍ତ ମୋହିତ ଚୌହାନ ମହିଳାଙ୍କ ସହ ଦୁଷ୍କର୍ମ କରିବା ପରେ ମାରପିଟ୍‌ କରିବା ସହ ଲୁହା ରଡ୍‌ରେ ଆକ୍ରମଣ କରିଥିବା କରୁଥିବା ଦେଖିବାକୁ ମିଳିଛି। ଏହାପରେ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ କିଭଳି ଫେରାର ହୋଇଯାଇଥିଲା ତାହା ମଧ୍ୟ ସାମ୍ନାକୁ ଆସିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି