Masthead

ଲଗାତାର ବର୍ଷା, ରାଜଧାନୀ ସ୍ଥିତି ବେହାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବର୍ଷା ପରେ ସ୍ଥତି ଅସମ୍ଭାଳ । ଏଭଳି ପରିସ୍ଥିତି ଦେଖାଦେଇଛି ରାଜଧାନୀ ଦିଲ୍ଲୀରେ । ସକାଳୁ ଲଗାତର ବର୍ଷା ହେବାପରେ ଦିଲ୍ଲୀରେ ଦେଖାଦେଇଛି ଜଳସ୍ତର ବୃଦ୍ଧି ସମସ୍ୟା । ଏହା ସହ ଦକ୍ଷିଣ ଦିଲ୍ଲୀର ମହିପାଲପୁର ଏବଂ ମୁନିରକାର ରାସ୍ତା ଗୁଡ଼ିକ ମଧ୍ୟ ବର୍ଷା ପାଣିରେ ବୁଡ଼ି ରହିଥିବା ବେଳେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି ।

ଶନିବାର ସକାଳେ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ହୋଇଥିବା ବର୍ଷାର ପରିମାଣ ବିଗତ ୪୬ ବର୍ଷର ରେକର୍ଡ ଭାଙ୍ଗିଛି। ଫଳରେ ୨୦୦୩ରେ ୧,୦୫୦ ମିଲିମିଟର୍‌ ବୃଷ୍ଟିପାତ ହୋଇ ଯେଉଁ ମୌସୁମୀ ବର୍ଷା ରେକର୍ଡ ସୃଷ୍ଟି ହୋଇଥିଲା ତାହା ଆଜି ଭାଙ୍ଗିଯାଇଛି।

ମୌସୁମୀ ବାୟୁ ପ୍ରବାହଜନିତ ବର୍ଷକାଳ ଶେଷ ହୋଇ ନ ଥିଲେ ମଧ୍ୟ ଆଜି ଦିଲ୍ଲୀରେ ହୋଇଥିବା ବୃଷ୍ଟିପାତ ୧୯୭୫ ମସିହା ପରଠାରୁ ଏଯାବତ୍ ରେକର୍ଡ କରାଯାଇଥିବା ବୃଷ୍ଟିପାତ ଠାରୁ ସର୍ବାଧିକ ବୋଲି ଜଣାପଡ଼ିଛି। ୧୯୭୫ ମସିହାରେ ଦିଲ୍ଲୀରେ ୧,୧୫୦ ମିଲିମିଟର୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ସେହିପରି, ୨୦୧୦ରେ ମଧ୍ୟ ଦିଲ୍ଲୀରେ ୧୦୦୦ ମିଲିମିଟର୍‌ ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି