ପାଗଳ ପୁଅର ଉନ୍ମତ୍ତକାଣ୍ଡ

ଆନନ୍ଦପୁର (ବଡ଼ ଖବର ବ୍ୟୁରୋ): ପାଗଳ ପୁଅର ଉନ୍ମତ୍ତକାଣ୍ଡ । ପୁଅର କାତି ଚୋଟରେ ମା’ ଗୁରୁତର । ଆନନ୍ଦପୁର ବ୍ଲକ ଘଷିପୁରା ଥାନା ଖଡିବିଲ ଗ୍ରାମରେ ଜଣେ ଭିନ୍ନକ୍ଷମ ପୁଅ ଘଟାଇଛି ଏଭଳି ଉନ୍ମତ୍ତକାଣ୍ଡ। ନିଶା ଖାଇବାକୁ ଟଙ୍କା ନଦେବାରୁ ଉତ୍ୟକ୍ତ ହୋଇ ନିଜ ମା’ କୁ ଏକ କାତିରେ ହାଣିଛି । ଗୁରୁତର ମା’ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଖଡିବିଲି ଗ୍ରାମର ସୁଶାନ୍ତ ଯେନାଙ୍କ ସ୍ତ୍ରୀ ରଙ୍ଗଲତାଙ୍କୁ ତାଙ୍କ ଭିନ୍ନକ୍ଷମ ମଝିଆ ପୁଅ ମଣ୍ଟୁ ନିଶା ଖାଇବାକୁ ଟଙ୍କା ମାଗିଥିଲା । ମା’ ଟଙ୍କା ଦେବାକୁ ରାଜି ନହେବାରୁ ଏଥିରେ ଉତ୍ୟକ୍ତ ହୋଇ ପୁଅ ମଣ୍ଟୁ ଘରେ ଥିବା ଏକ କାତିରେ ତିନି ଚୋଟ ମାରିଥିଲା । ଘରେ ଥିବା ଅନ୍ୟ ପୁଅମାନେ ମଣ୍ଟୁ କବଳରୁ ମା’ କୁ ଉଦ୍ଧାରକରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ମଣ୍ଟୁ ମା’ କୁ ହାଣିବା ପରେ ଫେରାର ହୋଇଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!