Masthead

ଓଟିଟିରେ ରିଲିଜ ହେବ ବାୟୋପିକ୍ ଫିଲ୍ମ ‘ସରଦାର ଉଦ୍ଧମ ସିଂ’

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ହ୍ୟାଣ୍ଡସମ ହଙ୍କ୍ ଭିକି କୌଶଲଙ୍କୁ ନେଇ ଏବେ କାଫି ଚର୍ଚ୍ଚା ହେଉଛି ବି ଟାଉନରେ । କ୍ୟାଟ୍ରିନା ଓ ଭିକିଙ୍କ ସିକ୍ରେଟ୍ ଏନଗେଜ୍ ଗୁଜବ ଏବେ ଛାଇ ଯାଇଛି ସୋସିଆଲ ମିଡିଆରେ । ଫ୍ୟାନ୍ସ ମାନେ ବି ବେଶ ଉତ୍ସାହିତ ରହିଛନ୍ତି ଦୁହିଁଙ୍କ ମ୍ୟାରେଜକୁ ନେଇ । ତେବେ ଭିକିଙ୍କ ପର୍ଶନାଲ କଥା ଛାଡି ଫ୍ରଫେଶନାଲ କଥା କହିବାକୁ ଗଲେ ସେ ତାଙ୍କ ଅପକମିଙ୍କ ମୁଭି ସରଦାର ଉଦ୍ଦମ ସିଂର ରିଲିଜ ପାଇଁ ଏବେ ପ୍ରିପେୟାର ହେଉଛନ୍ତି । ଏହି ମୁଭିଟି ବଡ ପରଦା ନୁହେଁ ବରଂ ଓଟିଟି ପ୍ଲାଟଫର୍ମରେ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ।

ସୂଚନା ଅନୁସାରେ ମହାମାରୀ ପରିସ୍ଥିତିକୁ ଦେଖି ଫିଲ୍ମର ନିର୍ମାତାମାନେ ଏହି ବାୟୋପିକ ଫିଲ୍ମକୁ ସିଧାସଳଖ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ରିଲିଜ କରିବେ ।  ଭିକି କୌଶଲଙ୍କର ଏହି ମୁଭିର ସୁଟିଂ ଡିସେମ୍ବର ୨୦୧୯ରେ ଶେଷ ହୋଇଥିଲା । କିନ୍ତୁ ଏହା ଏକ ବିଗ୍ ବଜେଟ ମୁଭି ହୋଇଥିବାରୁ ମୁଭିର ପୋଷ୍ଟ ପ୍ରଡକ୍ସନ କାମରେ ଅନେକ ସମୟ ଲାଗିଥିଲା । ଦେଶର ବିଭିନ୍ନ ସ୍ଥାନରେ ଏହି ବାୟୋପିକ୍ ଫିଲ୍ମକୁ ସୁଟିଂ କରାଯାଇଛି । ଭିକି କୌଶଲଙ୍କ ସହ ବନିତା ସାନ୍ଧୁଙ୍କୁ ଏଥିରେ ଲିଡ କ୍ୟାରେକ୍ଟରରେ ଦେଖିବାକୁ ମିଳିବ । ନିକଟରେ ଏହି ମୁଭିର ଡବିଂ ମଧ୍ୟ ସାରିଛନ୍ତି ଭିକି, ଯାହାର ଅପଡେଟ ସେ ନିଜ ସୋସିଆଲ ମିଡିଆ ଜରିଆରେ ସେୟାର କରିଛନ୍ତି ।

ଏହା ବ୍ୟତୀତ ଭିକି ତାଙ୍କର ଆଉ ଏକ ମୁଭି ଦ ଗ୍ରେଟ୍ ଇଣ୍ଡିଆନ ଫ୍ୟାମିଲି ମଧ୍ୟ କମ୍ପଲିଟ୍ କରି ସାରିଛନ୍ତି । ଏହା ସହ ଖୁବଶୀଘ୍ର ସେ ସାମ୍ ବାହାଦୁର ଓ ମିଷ୍ଟର ଲେଲେ ରେ ବି ନଜର ଆସିବେ । ତେବେ ଭିକିଙ୍କ ପର୍ଶନାଲ କଥା କହିବାକୁ ଗଲେ ବର୍ତ୍ତମାନ ସେ କ୍ୟାଟ୍ରିନା କୈଫଙ୍କୁ ଡେଟ୍ କରୁଛନ୍ତି । ନିକଟରେ କ୍ୟାଟ୍ରିନା ଓ ଭିକି ସିକ୍ରେଟଲି ଏନଗେଜ ହୋଇ ଯାଇଛନ୍ତି ବୋଲି ଶୁଣିବାକୁ ମିଳୁଥିଲା । କିନ୍ତୁ ଏହା ସତ କି ଗୁଜବ ତାହା ଏଯାଏଁ ଜଣାପଡି ନାହିଁ । ତେବେ ଆଗକୁ ଭିକି ଓ କ୍ୟାଟ୍ରିନା କେବେ ମ୍ୟାରେଜ କରୁଛନ୍ତି ତାହା ଦେଖିବାକୁ କାଫି ଏକ୍ସସାଇଟେଟ୍ ରହିଛନ୍ତି ଫ୍ୟାନ୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !