Masthead

କାନ୍ଦିଲେ ନୀତିନ

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ):  ଅନେକ କଳ୍ପନା ଜଳ୍ପନା ପରେ ଶେଷରେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭୂପେନ୍ଦ୍ର ପଟେଲ । ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ହାଇ କମାଣ୍ଡ ତାଙ୍କ ନାଁରେ ମୋହର ମାରିଛନ୍ତି । ଏପଟେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା ହେବାର ମାତ୍ର କିଛି ଘଣ୍ଡା ପରେ ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ନିଜ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ମୁଖ୍ୟମନ୍ତ୍ରୀ ରେସରେ ସବୁଠାରୁ ଆଗରେ ଥିଲେ । ନିକଟରେ ସେ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା ।

ହେଲେ ବସିଥିବା ବିଜେପି ବିଧାୟକ ଦଳ ବୈଠକର ନିଷ୍ପତି କିଛି ଭିନ୍ନ ଥିଲା । ବୈଠକ ଶେଷରେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନାଁରେ ମୋହର ମାରିଥିଲେ । ତେବେ ଦଳର ଏପରି ନିଷ୍ପତିରେ ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆଜି ନୀତିନ ପଟେଲଙ୍କୁ ଭେଟିଛନ୍ତି । ଭେଟିବା ପରେ ନୀତିନ କହିଥିଲେ ଯେ, ମୁଁ ଦଳ ପାଇଁ ଦୀର୍ଘ ୩୦ ବର୍ଷ ହେବ କାମ କରିଆସୁଛି । ଦଳ ପ୍ରତି ମୋର କୌଣସି ଅସନ୍ତୋଷ ନାହିଁ । ୩୦ ବର୍ଷ ହେବ ଦଳ ମୋତେ ଅନେକ କିଛି ଦେଇଛି । ଭୂପେନ୍ଦ୍ରଙ୍କୁ ଭେଟିବା ପରେ ନୀତିନ ଭାବୁକ ହୋଇ କାନ୍ଦି ପକାଇଥିଲେ । ସେ କହିଛନ୍ତି ଯେ ଭୂପେନ୍ଦ୍ର ପଟେଲ ତାଙ୍କର ଜଣେ ଭଲ ବନ୍ଧୁ । ସେ ମୁଖ୍ୟମନ୍ତ୍ରୀ ହେବା ପରେ ନୀତିନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା