Masthead

ଅଭିନେତ୍ରୀ ତମନ୍ନାଙ୍କୁ କରୋନା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । କରୋନା କବଳରୁ ବଲିଉଡ଼ ମଧ୍ୟ ବାଦ ପଡିନାହିଁ । କିଛିଦିନ ପୂର୍ବରୁ ବଚ୍ଚନ ପରିବାର ଏହି ମହାମାରୀର ଶିକାର ହୋଇଥିଲେ । ବଚ୍ଚନ ପରିବାର ସୁସ୍ଥ ହେବା ପରେ ଏବେ ବଲିଉଡ଼ର ଅଭିନେତ୍ରୀ ତମନ୍ନା ଭାଟିଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗତ କିଛିଦିନ ହେବ ସେ ୱେବ୍ ସିରିଜ ପାଇଁ ହାଇଦ୍ରାବାଦରେ ଥିଲେ । ସେଠାରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା । ତାଙ୍କ ପାଖରେ କରୋନା ଲକ୍ଷଣ ଦେଖାଯିବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି ।

କିଛିଦିନ ପୂର୍ବରୁ ତମନ୍ନା ଏକ ପୋଷ୍ଟ ମାଧ୍ୟମରେ କହିଥିଲେ, ଯେ ତାଙ୍କ ମା-ବାପା କୋଭିଡିରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ପରେ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ତମନ୍ନାଙ୍କର ଅନୁଗାମୀ ଓ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ