Masthead

ସାଂସଦ ଅର୍ଜୁନ ସିଂହଙ୍କ ଘରକୁ ପୁଣି ବୋମା ମାଡ

କୋଲକାତା(ବଡ଼ ଖବର ବ୍ୟୁରୋ) : ବିଜେପି ସାଂସଦଙ୍କ ଘର ଉପରକୁ ପୁଣି ବୋମାମାଡ ହୋଇଛି । ତେବେ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ବେରକପୁର ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଘର ଉପରକୁ ପୁଣି ବୋମା ମାଡ ହୋଇଥିବା ନେଇ ସୂଚନା ମିଳିଛି । ସାଂସଦଙ୍କ ଘର ପଛପଟକୁ କିଛି ଦୁର୍ବୃତ୍ତ ବୋମା ମାଡ କରିଥିବା ଜଣାପଡିଛି । ତେବେ ବୋମାମାଡ ପରେ ଆଖପାଖ ଅଞ୍ଚଳର ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିିଥିଲେ ।

ସୂଚନା ଅନୁସାରେ, ଆଜି ସକାଳ ୯ଟାରେ ସାଂସଦ ଆର୍ଜୁନ ସିଂହଙ୍କ ଘର ପଛପଟକୁ ଦୁର୍ବୃତ୍ତମାନେ ବୋମାମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ବୋମା ମାଡ ଘଟଣା ପରେ ଏବେ ପୋଲିସ ଓ ପ୍ରଶାସନର ଭୂମିକା ଉପରକୁ ଆଙ୍ଗୁଳି ଉଠିଛି । ତେବେ ଘଟଣାସ୍ଥଳରେ ପୋଲିସ ଟିମ୍ ପହଞ୍ଚି ଘରର ଆଖପାଖ ଅଞ୍ଚଳର ଛାନଭିନ୍ କରିଛି । ପୂର୍ବରୁ ଗତ ୭ ତାରିଖରେ ବିଜେପି ସାଂସଦଙ୍କ ଘର ଉପରକୁ ବୋମା ମାଡ ହୋଇଥିଲା । ଦୁର୍ବୃତ୍ତମାନେ ତାଙ୍କ ଘରର କବାଟ ଉପରକୁ ୨ ଟି ବୋମା ମାଡ କରିଥିଲେ । ତେବେ ତାଙ୍କୁ ଡରାଇବା ଓ ଧମକାଇବା ପାଇଁ ଏପରି ବୋମା ମାଡ କରାଯାଇଛି ବୋଲି ସେ ନିଜେ ଦାବି କରୁଛନ୍ତି । ଭବାନୀପୁରରେ ଭୋଟ ଦେବାର ଦାୟୀତ୍ୱ ପାଇବା ପରେ ବିିରୋଧୀ ଏପରି କରିଥିବା ନେଇ ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’