Masthead

ଚାଇନାରେ ପୁଣି ଲକଡାଉନ

(ବଡ଼ ଖବର ବ୍ୟୁରୋ):ମହାମାରୀ କରୋନାର ଡେଲ୍ଟା ଭ୍ୟାରିଏଣ୍ଟ ଏବେ ଚାଇନାର ଉତ୍କଟ ସ୍ଥିତି ସୃଷ୍ଟି କରିଛି । ଡେଲ୍ଟା ଭ୍ୟାରିଏଣ୍ଟ ଜନିତ ସଂକ୍ରମଣ ବଢ଼ୁଥିବାରୁ ଚାଇନା ପୁଣିଥରେ ଲକଡାଉନ ଭଳି କଡ଼ା ନିୟମକୁ ଲାଗୁ କରିଛି। ଦକ୍ଷିଣପୂର୍ବରେ ଥିବା ଫୁଜିଆନ ପ୍ରଦେଶର ଗୋଟିଏ ସହରରୁ ୧୨ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେବାରୁ ପ୍ରଶାସନ ପକ୍ଷରୁ ଏଠାରେ ସଂପୂର୍ଣ୍ଣ ଲକଡାଉନ ଲାଗୁ କରାଯାଇଛି । ଏହି ସହରରେ ୪.୫ ନିୟୁତ ଲୋକ ବସବାସ କରନ୍ତି। ଲକଡାଉନ ଲାଗୁ ହୋଇଥିବାରୁ ସମସ୍ତଙ୍କୁ ଘର ମଧ୍ୟରେ ରହିବାକୁ କୁହାଯାଇଛି । ଲକଡାଉନ ହୋଇଥିବା ଜିଆମେନରେ ବୈଦ୍ୟୁତିକ ଉପକରଣଗୁଡ଼ିକ ଉତ୍ପାଦନ ହୋଇଥାଏ। ତେବେ ଏହି ସହରରେ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛିକୁ ବନ୍ଦ କରାଯାଇଛି। ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି।

ସମସ୍ତ ଆବାସିକ ଅଞ୍ଚଳ ଓ ଗାଁଗୁଡ଼ିକର ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ସିଲ କରାଯାଇଛି । ବାର୍‌ ଓ ଜିମ୍‌ ଭଳି ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ କୁହାଯାଇଛି। ଏଠାରେ ଲକଡାଉନ କରାଯାଇ ସମସ୍ତଙ୍କ କରୋନା ଟେଷ୍ଟ କରାଯିବ। ଯଥାଶୀଘ୍ର ଟେଷ୍ଟ ସାରି ସ୍ଥିତି ସ୍ୱାଭିବକ କରିବାକୁ ଗ୍ରାଉଣ୍ଡରେ କାମ କରୁଥିବା ଅଧିକାରୀମାନଙ୍କୁ କୁହାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ବିଦେଶ ଗସ୍ତ କରି ନଥିଲେ। ସମସ୍ତେ ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତ ହୋଇଥିବାରୁ ପ୍ରଶାସନର ଚିନ୍ତା ଆହୁରି ବଢ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ