ସୁସ୍ମିତାଙ୍କୁ ରାଜ୍ୟସଭା ଟିକେଟ

କୋଲକାତା(ବଡ଼ ଖବର ବ୍ୟୁରୋ): କିଛିଦିନ ପୂର୍ବରୁ କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ସୁସ୍ମିତା ଦେବ । ଏହା ମଧ୍ୟରେ ସୁସ୍ମିତା ଦେବଙ୍କୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟସଭା ପ୍ରାର୍ଥୀ କରିଛନ୍ତି । ଏନେଇ ଦଳ ଟ୍ୱିଟ କରି ସୂଚନା ଦେଇଛି । ତେବେ ମହିଳାଙ୍କୁ ସଶକ୍ତି କରିବା ଓ ରାଜନୀତିରେ ସେମାନଙ୍କର ଅଧିକରୁ ଅଧିକ ଭାଗିଦାରି ସୁନିଶ୍ଚିତ କରିବା ମମତା ବାନାର୍ଜୀଙ୍କ ଲକ୍ଷ ।

ଏହା ଦ୍ୱାରା ଆମ ସମାଜକୁ ଅଧିକ ସାହାଯ୍ୟ ମିଳିପାରିବ ବୋଲି ତୃଣମୂଳ କଂଗ୍ରେସ ନିଜ ଟ୍ୱିଟରେ ଉଲ୍ଲେଖ କରିଛି । ଅପରପକ୍ଷରେ ରାଜ୍ୟସଭା ମନୋନୀତ ହେବା ପରେ ସୁସ୍ମିତା ଦେବ ଅତ୍ୟନ୍ତ ଖୁସିଥିବାର ଦେଖିବାକୁ ମିଳିଥିଲା । ଏହା ସହ ମୁଁ ମୋର ନେତା ମମତା ବାନାର୍ଜୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି ବୋଲି କହିଥିଲେ । ଅନ୍ୟପଟେ ସୁସ୍ମିତା ଦେବ ୧୬ ଅଗଷ୍ଟରେ କଂଗ୍ରେସ ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!