ଗିରଫ ହେବେ କଙ୍ଗନା !

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଗିରଫ ହୋଇପାରନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ବଲିଉଡ ପ୍ରସିଦ୍ଧ ଗୀତିକାର ଜାବେଦ ଅଖତର କଙ୍ଗନାଙ୍କ ବିରୋଧରେ ଆଣିଥିବା ମାନହାନୀ ମାମଲାର ଶୁଣାଣି କରି ମୁମ୍ବାଇର ଅନ୍ଧେରୀ କୋର୍ଟ ଏହା କହିଛନ୍ତି। ଏନେଇ କୋର୍ଟ କଙ୍ଗନାଙ୍କ ପାଇଁ ଏମିତି ନିର୍ଦ୍ଦେଶନାମା ଜାରି କରିଛନ୍ତି। । ଯଦି ସେ କଥା ନଶୁଣନ୍ତି କି ହଜାର ନହୁଅନ୍ତି ତେବେ ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ। ତାଙ୍କ ନାଁରେ ଜାରି ହୋଇପାରେ ଗିରଫ ୱାରେଣ୍ଟ। ଜାଭେଦ ଅଖତର କଙ୍ଗନାଙ୍କ ବିରୋଧରେ ମନହାନୀ ମକଦ୍ଦମା କରିଥିଲେ। ଏହାର ଶୁଣାଣି ମୁମ୍ବାଇର ଅନ୍ଧେରୀ କୋର୍ଟରେ ହୋଇଛି।

ତେବେ ଏହି ଶୁଣାଣି ବେଳେ ଜାଭେଦ ଅଖତର ତାଙ୍କ ପତ୍ନୀ ଶବାନା ଆଜମୀଙ୍କ ସହ ଉପସ୍ଥିତ ଥିବାବେଳେ କଙ୍ଗନା କିନ୍ତୁ କୋର୍ଟରେ ହାଜର ହୋଇନଥିଲେ। ଏହାକୁ ନେଇ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ। କଙ୍ଗନାଙ୍କ ଓକିଲ କହିଥିଲେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନାହିଁ।  ତାଙ୍କ ନିକଟରେ କରୋନା ଲକ୍ଷଣ ମଧ୍ୟ ରହିଛି। ତେଣୁ ସେ କୋର୍ଟ ହାଜର ହୋଇପାରିନଥିବା ନେଇ କଙ୍ଗନାଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ।

ସେପଟେ ଏହାକୁ ନେଇ ଜାବେଦଙ୍କ ଓକିଲ  କହିଥିଲେ , କଙ୍ଗନାଙ୍କର ଏହା ଅଭ୍ୟାସ ହୋଇଗଲାଣି। ପ୍ରତିଥର ସେ କୌଣସି ନା କୌଣସି କାରଣ ଦେଖାଇ କୋର୍ଟରେ ହାଜର ହେଉନାହାନ୍ତି। ତାଙ୍କୁ ଫେବୃଆରୀ ମାସରୁ ସମନ ହୋଇଛି। କିନ୍ତୁ ସେ କୋର୍ଟରେ ହାଜର ହୋଇନାହାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!