Masthead

ରାଜ୍ୟରେ ବନ୍ୟା ହୋଇନି: ଇଆଇସି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଜଳ ସପଂଦ ବିଭାଗର ସୂଚନା । ଏବେ ରାଜ୍ୟରେ ବର୍ଷା ନାହିଁ, ଗତ ୨୪ ଘଣ୍ଟା ତଳେ ଯାହା ବର୍ଷା ହୋଇଥିଲା, ତାହା ଏବେ ତଳ ମୁଣ୍ଡକୁ ଡିସଚାର୍ଜ ହେଉଛି । ଯେଉଁ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା, ତାହା ସ୍ଥିର ହୋଇ କମିବାରେ ଲାଗିଛି । ଜଳକା ନଦୀର ତଳ ଏରିଆ ପାଇଁ ବିପଦ ସଂକେତ ପାଖରେ ରହୁଛି । ଏଥିପାଇଁ ତଳିଆ ଅଂଚଳରେ ଜଳବନ୍ଦୀ ରହୁଛି । ରାଜ୍ୟରେ ବନ୍ୟା କେଉଁଠି ବି ହୋଇ ନାହିଁ ।

ହୀରାକୁଦରେ ଗତକାଲି ୬, ଆଜି ୬ଟି ଗେଟ୍ ଖୋଲିଛି । ଉପର ମୁଣ୍ଡରେ ବର୍ଷା ହୋଇଛି , ତେଣୁ ଜଳ ପ୍ରବେଶ କରୁଛି । ଏବେ ହୀରାକୁଦ ଜଳସ୍ତର ୬୨୮. ୦୩ ଫୁଟ ରହୁଛି । ଉପର ମୁଣ୍ଡର ପାଣି ସ୍ଥିତି ନେଇ ଗେଟ୍ ଖୋଲା ଯାଉଛି । ଯଦି ଅଧିକ ପାଣି ଆସେ, ତାହେଲେ ଅଧିକ ଗେଟ୍ ଖୋଲାଯିବ । ଏବେ ୨ ଲକ୍ଷ ୯୮ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ, ୧ ଲକ୍ଷ ୨୬ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଆସନ୍ତା ୧୬ ତାରିଖରେ ହେବାକୁ ଥିବା ଲଘୁଚାପ ବର୍ଷା ଅନୁସାରେ ଉତ୍ତର ଓଡିଶାରେ ବର୍ଷା ହେବ ।

ସେତେବେଳକୁ ବୈତରଣୀ ସ୍ଥିତି ସୁଧୁରି ଯାଇଥିବ, ବ୍ରାହ୍ମଣୀ ଏବେ ଭଲ ସ୍ଥିତିରେ ଅଛି । ଯଦି ବର୍ଷା ହୁଏ କେବଳ ହୀରାକୁଦରେ ଜଳ ପ୍ରବେଶ କରିବ । ମୁଣ୍ଡଳୀରେ ଗତକାଲି ୫ ଲକ୍ଷ ୫୪ ହଜାର ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ ୪୦ ହଜାର ଏବେ ନିଷ୍କାସନ ଚାଲିଛି । ରାଜ୍ୟର ଗୋଟିଏ ସ୍ଥାନରେ ଛୋଟ ଘାଇ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼