Masthead

ଜଳବନ୍ଦୀ, ଭୋକ ଉପାସରେ କଟୁଛି ଦିନ

ପୁରୀ (ବଡ଼ ଖବର ବ୍ୟୁରୋ): ୩ଦିନ ହବ ଭୋକ ଉପାସରେ ଏବଂ ଜଳବନ୍ଦୀରେ ଜୀବନ କାଟୁଛନ୍ତି ପୁରୀ ଧୋବାଖାଲ ବାସିନ୍ଦା । ଏ କୌଣସି ଗାଁ କିମ୍ବା ସଦର ଅଂଚଳର ଦୃଶ୍ୟ ନୁହେଁ । ପୁରୀ ବଳିଆପଣ୍ଡା ସ୍ଥିତ ବିଜୟନଗର ବସ୍ତିର ଧୋବାଖାଲର ଦୃଶ୍ୟ । ଯୋଉ ବସ୍ତି ବାସିନ୍ଦାମାନେ ଦୀର୍ଘ ଦିନ ଧରି ସ୍ଥାୟୀ ପଟ୍ଟା ପାଇଁ ଦାବି କରି ଆସୁଛନ୍ତି । ସୁନ୍ଦର ପାର୍କଟିଏ ନିର୍ମାଣ ପାଇଁ ଏମାନଙ୍କୁ ପଟ୍ଟା ଦିଆଯିବ ସହ ଥଇଥାନର ପ୍ରତିଶ୍ରୁତି ଦେଇ ବିସ୍ଥାପନ କରି ରଖାଯାଇଛି ।

ଆମେ ମଧ୍ୟ ବାରମ୍ବାର ‘ବଡ଼ ଖବର’ ମାଧ୍ୟମରେ ପ୍ରସାରଣ କରି ଆସୁଛୁ କିଭଳି ଭାବେ ବାରମ୍ବାର ସର୍ଭେ ସତ୍ତ୍ୱେ ମିଳୁନି ପଟ୍ଟା । ଅନ୍ୟପଟରେ ଗତ ଲଗାଣ ବର୍ଷାରେ ବେହାଲ ହୋଇଛି ଏମାନଙ୍କ ଜୀବନ । ଖାଇବାକୁ ପାଉନାହାନ୍ତି । ଜଳବନ୍ଦୀରେ ରହିଛନ୍ତି। ଘରେ ସାପର ଭୟ । ରାତିରେ ଆଲୋକର ବ୍ୟବସ୍ଥା ନାହିଁ । ଆସୁଥିବା ପରବର୍ତ୍ତୀ ଲଘୁଚାପକୁ ନେଇ ହେଉଛନ୍ତି ଭୟଭୀତ । ପ୍ରଶାସନ ତରଫରୁ ଶୁଖିଲା ଖାଦ୍ୟର ବ୍ୟବସ୍ଥା ମଧ୍ୟ ନାହିଁ।

ଅଧିକାରୀ ମାନଙ୍କୁ ଜଣେଇବା ସତ୍ତ୍ୱେ କେଵଳ ଗୋଟିଏ ମେସିନ ସାହାଯ୍ୟରେ ଜଳ ନିଷ୍କାସନ ପାଇଁ କରାଯାଇଛି ବ୍ୟବସ୍ଥା । ଯାହାକି ଅତ୍ୟନ୍ତ ଧୀର କାର୍ଯ୍ୟପନ୍ଥା । ଯଦି ଜାଗା ମିଶନରେ ପ୍ରକୃତ ହିତାଧିକାରୀଙ୍କୁ ପଟ୍ଟା ମିଳନ୍ତା ତେବେ ଏମାନେ ମଧ୍ୟ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ସହ ଅନ୍ୟାନ୍ୟ ସୁବିଧା ପାଆନ୍ତେ । ହେଲେ ପ୍ରସାଶନର ବାରମ୍ବାର ପ୍ରତିଶ୍ରୁତି କେବଳ ପାଣିର ଗାର ହୋଇଛି । ଆଗାମୀ ଦିନରେ ଏମାନଙ୍କ ଅସନ୍ତୋଷ ପୁରୀ ପ୍ରସାଶନ ଏବଂ ରାଜନେତାଙ୍କ ପାଇଁ କଡା ଚାଲେଞ୍ଜ ହୋଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!