ଅଭିଯୁକ୍ତକୁ ଘଣ୍ଟ ଘୋଡାଉଥିବା ନେଇ ଥାନା ଘେରିଲେ ଗ୍ରାମବାସୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନନ୍ଦନକାନ ଥାନା ଘେରିଲେ ଗ୍ରାମବାସୀ । ଅଭିଯୁକ୍ତଙ୍କୁ ପୋଲିସ ଘଣ୍ଟ ଘୋଡ଼ାଉଥିବା ନେଇ ଆଜି ନନ୍ଦନକାନନ ଥାନା ଘେରିଛନ୍ତି ଗ୍ରାମବାସୀ। ଗଣେଶପୂଜା ଦିନ ସନ୍ଧ୍ୟାରେ କଲ୍ୟାଣପୁର ଗ୍ରାମର ଦୁଇଜଣ ଯୁବକ ଗଣ୍ଡରପୁର ଛକରେ ଚାଟ ଖାଉଥିବା ସମୟରେ ଗଣ୍ଡରପୁରର ୪ଜଣ ଯୁବକ ଚାଟ ଖାଇବାକୁ ନେଇ ସେମାନଙ୍କ ସହ ପ୍ରଥମେ ବଚସା ଓ ପରେ ଥଣ୍ଡା ବୋତଲ, ଠେଙ୍ଗାରେ ମାରଣାନ୍ତକ ଆକ୍ରମଣ କରିଥିଲେ।

ଯାହା ଫଳରେ ଘଟଣାସ୍ଥଳରେ କଲ୍ୟାଣପୁର ଗ୍ରାମର ଦୁଇଜଣ ଯୁବକ ଗୁରୁତର ହୋଇପଡିଥିଲେ । ବର୍ତ୍ତମାନ ଗୁରୁତର ଆହତ ହୋଇଥିବା ଯୁବକ ଦୁଇଜଣ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଘଟଣାକୁ ନେଇ ନନ୍ଦନକାନନ ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଘଣ୍ଟ ଘୋଢାଉଥିବା ନେଇ ଆଜି କଲ୍ୟାଣପୁର ଗ୍ରାମର ଶତାଧିକ ଲୋକେ ନନ୍ଦନକାନନ ଥାନା ଘେରାଉ କରିଛନ୍ତି।

ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନକରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି। ସେପଟେ,ଯୋନ ୬ ଏସିପି ପ୍ରକାଶ ଚନ୍ଦ୍ର ପାଲ ଗଣମାଧ୍ୟମକୁ କହିଛନ୍ତି ଅଭିଯୁକ୍ତଙ୍କ ବିରୁଦ୍ଧରେ ୩୦୭ ଦଫା ଲାଗିଛି। ସେମାନେ କୁଆଡେ ଖସି ଯାଇ ପାରିବେ ନାହିଁ। ବର୍ତ୍ତମାନ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ