Masthead

ଅଭିଯୁକ୍ତକୁ ଘଣ୍ଟ ଘୋଡାଉଥିବା ନେଇ ଥାନା ଘେରିଲେ ଗ୍ରାମବାସୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନନ୍ଦନକାନ ଥାନା ଘେରିଲେ ଗ୍ରାମବାସୀ । ଅଭିଯୁକ୍ତଙ୍କୁ ପୋଲିସ ଘଣ୍ଟ ଘୋଡ଼ାଉଥିବା ନେଇ ଆଜି ନନ୍ଦନକାନନ ଥାନା ଘେରିଛନ୍ତି ଗ୍ରାମବାସୀ। ଗଣେଶପୂଜା ଦିନ ସନ୍ଧ୍ୟାରେ କଲ୍ୟାଣପୁର ଗ୍ରାମର ଦୁଇଜଣ ଯୁବକ ଗଣ୍ଡରପୁର ଛକରେ ଚାଟ ଖାଉଥିବା ସମୟରେ ଗଣ୍ଡରପୁରର ୪ଜଣ ଯୁବକ ଚାଟ ଖାଇବାକୁ ନେଇ ସେମାନଙ୍କ ସହ ପ୍ରଥମେ ବଚସା ଓ ପରେ ଥଣ୍ଡା ବୋତଲ, ଠେଙ୍ଗାରେ ମାରଣାନ୍ତକ ଆକ୍ରମଣ କରିଥିଲେ।

ଯାହା ଫଳରେ ଘଟଣାସ୍ଥଳରେ କଲ୍ୟାଣପୁର ଗ୍ରାମର ଦୁଇଜଣ ଯୁବକ ଗୁରୁତର ହୋଇପଡିଥିଲେ । ବର୍ତ୍ତମାନ ଗୁରୁତର ଆହତ ହୋଇଥିବା ଯୁବକ ଦୁଇଜଣ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଘଟଣାକୁ ନେଇ ନନ୍ଦନକାନନ ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଘଣ୍ଟ ଘୋଢାଉଥିବା ନେଇ ଆଜି କଲ୍ୟାଣପୁର ଗ୍ରାମର ଶତାଧିକ ଲୋକେ ନନ୍ଦନକାନନ ଥାନା ଘେରାଉ କରିଛନ୍ତି।

ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନକରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି। ସେପଟେ,ଯୋନ ୬ ଏସିପି ପ୍ରକାଶ ଚନ୍ଦ୍ର ପାଲ ଗଣମାଧ୍ୟମକୁ କହିଛନ୍ତି ଅଭିଯୁକ୍ତଙ୍କ ବିରୁଦ୍ଧରେ ୩୦୭ ଦଫା ଲାଗିଛି। ସେମାନେ କୁଆଡେ ଖସି ଯାଇ ପାରିବେ ନାହିଁ। ବର୍ତ୍ତମାନ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା