Masthead

ନେତା ମନ୍ତ୍ରୀଙ୍କ ପ୍ରତିଶୃତି ପାଣିରେ ଗାର

ତିର୍ତ୍ତୋଲ (ବଡ଼ ଖବର ବୁରୋ): ନେତା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଲଟିଛି ପାଣିରେ ଗାର। ତିନିବର୍ଷ ହେବ ଚାଷୀଙ୍କୁ ମିଳୁନି ସୁଫଳ। ତିର୍ତ୍ତୋଲ ବ୍ଲକ ସମନ୍ତରାପୁର ପଂଚାୟତ ବାସୀଙ୍କ ଦୁଃଖ ପାଲଟିଛି ପାଇଲୋ ନଈର ଅନ୍ତେଇ ପୋଲ । ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଳାର ଦୁଇ ସଂଲଗ୍ନ ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ଏବଂ ମହାକାଳପଡ଼ାକୁ ଯୋଗ ସୂତ୍ର ସ୍ଥାପନ କରିଛି ଏହି ପୋଲ । ଦୈନିକ ହଜାର ହଜାର ଲୋକ ଏହି ପୋଲ ଉପରେ ଯିବା ଆସିବା କରନ୍ତି।

ପୋଲ ଏଭଳି ତିଆରି ହୋଇଛି ଯାହା ଫଳରେ ପାଇଲୋ ନଦୀର ପାଣି ଉପରେ ଦଳ ଜମାଟ ବାନ୍ଧି ରହିଛ । ବିଲହାଟ ଠାରୁ ଏହି ପାଣି ଆସି ଉକ୍ତ ପୋଲ ଦେଇ ଟିକରପଙ୍ଗା ନିକଟରେ ମହାନଦୀକୁ ନିଷ୍କାସନ ହୁଏ । ଦୁଃଖ ପରିତାପର ବିଷୟ ଦୀର୍ଘଦିନ ଧରି ଏକ କିଲୋମିଟର ବ୍ୟାପି ଦଳ ଜମାଟ ହେବା ଫଳରେ ପାଣି ପୋଲ ତଳେ ଯାଇପାରୁନାହିଁ । ଦଳ ଏଭଳି ବାନ୍ଧି ହୋଇଛି ଯାହା ୧୫ ରୁ ୨୦ ଫୁଟର ଗଛ ଉଠିଛି । ଦଳ ଜମାଟରୁ ବର୍ଷା ପାଣି ନିଷ୍କାସନ ହୋଇ ପାରୁନି ।

ସାଲଗ୍ନ ୧୦ ଖଣ୍ଡ ଗ୍ରାମ ବିଲର ଧାନ ପଚି ଯାଉଛି । ଚାଷୀ ମାନଙ୍କର ବାରମ୍ବାର ଅଭିଯୋଗ ଫଳରେ ଗତ ବର୍ଷ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଏବଂ ଖୋଦ ଜଳସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ ଏହି ସ୍ଥାନ ବୁଲି ଲୋକଙ୍କ ସମସ୍ୟା ସମାଧାନ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ହେଲେ ତାହା ପାଣିରେ ଗାର ବୋଲି ସ୍ଥାନୀୟ ଚାଷୀ ମତ ଦେଇଛନ୍ତି। ଯଦି ତୁରନ୍ତ ଏହାର ସମାଧାନ କରା ନଯାଏ ତେବେ ତିର୍ତ୍ତୋଲ ଠାରେ କଟକ ପାରାଦୀପ ମୁଖ୍ୟ ରାସ୍ତାରେ ଆନ୍ଦୋଳନ କରିବା ସହିତ ବ୍ଲକ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି