Masthead

ଏନଗେଜ୍ ହେଲେ ବିଦ୍ୟୁତ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର କମାଣ୍ଡୋ ଫେମ୍ ବିଦ୍ୟୁତ୍ ଜାମୱାଲ ହେଲେ ଏନଗେଜ୍ । ଅନେକ ଗୁଜବ ପରେ ଶେଷରେ ନିଜର ଏନଗେଜମେଣ୍ଟ ଖବରକୁ ଫ୍ୟାନ୍ସଙ୍କୁ ଜଣାଇଲେ ବିଦ୍ୟୁତ୍ । ନିକଟରେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେ ଏହି ଖବରକୁ ପବ୍ଲିକରେ ସେୟାର କରିଛନ୍ତି । ତାଙ୍କ ପୋଷ୍ଟରୁ ଜଣାପଡିଛି ଯେ ସେ ସେପ୍ଟେମ୍ବର ୧ ତରିଖରୁ ଫ୍ୟାଶନ ଡିଜାଇନର ନନ୍ଦିତା ମହତାନିଙ୍କ ସହ ଏନଗେଜ୍ ହୋଇଛନ୍ତି । କିନ୍ତୁ ସେ କୌଣସି କାରଣ ପାଇଁ ନିଜ ଏନଗେଜମେଣ୍ଟ ଖବର ଫ୍ୟାନ୍ସଙ୍କୁ ଜଣାଇନଥିଲେ । ନିକଟରେ ବିଦ୍ୟୁତ ଜାମୱାଲ ଓ ନନ୍ଦିତା ମହତାନିଙ୍କୁ ତାଜମହଲ ପରିଦର୍ଶନ କରିବା ବେଳେ ସ୍ପଟ୍ କରାଯାଇଥିଲା ।

ସେବେଠାରୁ ହିଁ ଦୁହିଁଙ୍କ ଏନଗେଜମେଣ୍ଟକୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳୁଥିଲା । କିନ୍ତୁ ଏହି ସବୁ ଗୁଜବକୁ ଶେଷ କରି ରିସେଣ୍ଟଲି ବିଦ୍ୟୁତ ଓ ନନ୍ଦିତା ନିଜ ଏନଗେଜମେଣ୍ଟ ଖବରକୁ ଅଫିସିଆଲି ଘୋଷଣା କରିଛନ୍ତି । ଏହା ସହ ଦୁହିଁଙ୍କର ଏକ ର୍ୟାପଲିଂ କରୁଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି ଯାହାକି ବେଶ୍ ଭାଇରାଲ ହେଉଛି ସୋସିଆଲ ମିଡିଆରେ । ତେବେ ବିଦ୍ୟୁତଙ୍କର ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପାଖକୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି । ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ତାଙ୍କ ପୋଷ୍ଟରେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ବିଦ୍ୟୁତଙ୍କ ପରି ତାଙ୍କ ଭାବି ସ୍ତ୍ରୀ ନନ୍ଦିତା ମହତାନୀ ବି ବି ଟାଉନର ଜଣେ ପରିଚିତ ଚେହେରା । ବଲିଉଡର ଜଣାଶୁଣା ଫ୍ୟାଶନ ଡିଜାଇନର ମାନଙ୍କ ଭିତରେ ନନ୍ଦିତାଙ୍କ ନାମ ରହିଥାଏ ଏବଂ ସେ ଅନେକ ବଲିଉଡ ସେଲିବ୍ରିଟିଙ୍କ ପାଇଁ ମଧ୍ୟ ସେ କଷ୍ଟ୍ୟୁମ ଡିଜାଇନ କରି ସାରିଛନ୍ତି ।

ତେବେ ଏହି ଦୁଇ ଷ୍ଟାର କପଲଙ୍କ ମ୍ୟାରେଜ କେବେ ହେଉଛି ତାହା ଦେଖିବାକୁ ବାକି ରହିଲା । ସେପଟେ ବିଦ୍ୟୁତ ଜମୱାଲଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ସେ ଏବେ ତାଙ୍କ ଅପକମିଙ୍ଗ ଫିଲ୍ମ ଖୁଦାହଫିଜର ସୁଟିଂରେ ବ୍ୟସ୍ତ ରହିଛନ୍ତି । ଏହାର ପ୍ରଥମ ପାର୍ଟର ସଫଳତା ପରେ ଖୁବଶୀଘ୍ର ଏହାର ସେକେଣ୍ଡ ପାର୍ଟ ମଧ୍ୟ ରିଲିଜ ହେବାକୁ ଯାଉଛି । ଏହା ବ୍ୟତୀତ ତାଙ୍କୁ ଅପକମିଙ୍ଗ ଫିଲ୍ମ ସନକ ଏବଂ ଆଉ ବି ୭୧ରେ ବି ଦେଖିବାକୁ ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ