ଭିଜୟ ଦେବରକୋଣ୍ଡାଙ୍କୁ ବେଷ୍ଟ୍ ଫ୍ରେଣ୍ଡ୍ କହିଲେ ଏକ୍ସପ୍ରେସନ କୁଇନ୍ ରଶ୍ମିକା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସାଉଥ ଜଗତର ପପୁଲାର ଯୋଡି ହେଉଛନ୍ତି ରଶ୍ମିକା ମଣ୍ଡାନା ଏବଂ ଭିଜୟ ଦେବରକୋଣ୍ଡା । ଅନ୍ ସ୍କ୍ରିନ୍ ହେଉ କି ଅଫ୍ ସ୍କ୍ରିନ୍ ସବୁଠି ଦର୍ଶକ ଦୁହିଁଙ୍କ କେମେଷ୍ଟ୍ରିକୁ କାଫି ପସନ୍ଦ କରନ୍ତି । ସାଉଥର ଦୁଇଟି ସୁପରହିଟ ମୁଭିରେ ଏକାଠି କାମ କରି ସାରିବା ପରେ ଦୁହିଁଙ୍କ ରିଲେସନଶିପକୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳେ । ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚା ହୁଏ ଯେ ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡା ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି । କିନ୍ତୁ ଏ ନେଇ ମୁହଁ ଖୋଲିଛନ୍ତି ରଶ୍ମିକା ।

ନିକଟରେ ଏକ ଇଣ୍ଟରଭିୟୁରେ ରଶ୍ମିକା କହିଛନ୍ତି ଯେ ଭିଜୟ ଏବଂ ସେ ଅନ୍ ସ୍କିନ୍ ଭଳି ଅଫ୍ ସ୍କ୍ରିନ୍ରେ ମଧ୍ୟ ଦୁହେଁ ଦୁହିଁଙ୍କର ବେଷ୍ଟ୍ ଫ୍ରେଣ୍ଡ୍ । ସ୍କ୍ରିନ୍ ଉପରେ ଉଭୟଙ୍କର ଏନର୍ଜି ଲେବଲ୍ ଏକା ସହ କାମ କରିଥାଏ । ସେଥିପାଇଁ ମୁଭିରେ ଦୁହିଁଙ୍କ କେମେଷ୍ଟ୍ରି ମଧ୍ୟ ନ୍ୟାଚୁରାଲ ଲାଗିଥାଏ । ଏବଂ ଏହି କେମେଷ୍ଟ୍ରିକୁ ସ୍କ୍ରିନ୍ ଉପରେ ଦେଖାଇବା ପାଇଁ ତାଙ୍କୁ ବେଶୀ ପରିଶ୍ରମ କରିବାକୁ ମଧ୍ୟ ପଡେ ନାହିଁ । ତେବେ ଦୁହଁଙ୍କ ଆଗାମୀ ଫିଲ୍ମକୁ ନେଇ ମଧ୍ୟ କିଛି ପ୍ରଶ୍ନ ପଚରା ଯାଇଥିଲା ରଶ୍ମିକାଙ୍କୁ । ଏହାର ଉତ୍ତରରେ ରଶ୍ମିକା କହିଛନ୍ତି ଯେ ସେ ଏବେ ବିଜୟ ଦେବରକୋଣ୍ଡାଙ୍କ ଅପକମିଙ୍ଗ ବଲିଉଡ ମୁଭି ‘ଲାଇଗର୍’ ପାଇଁ କାଫି ଏକ୍ସାଇଟେଟ ଅଛନ୍ତି । ଆଗକୁ ତାଙ୍କୁ ଯଦି ଭିଜୟଙ୍କ ସହ ସେପରି କିଛି ମୁଭିର ଅଫର ଆସେ ତେବେ ସେ ନିଶ୍ଚୟ ଏହା କରିବେ ।

କହିବାକୁ ଗଲେ ରଶ୍ମିକା ଓ ଭିଜୟଙ୍କ ଯୋଡିକୁ ପୁଣି ଥରେ ପରଦାରେ ଦେଖିବାକୁ ତାଙ୍କ ଫ୍ୟାନ୍ସ ମାନେ ବି ଏକ୍ସାଇଟେଡ୍ ସହିତ ୱଟ୍ କରିଛନ୍ତି । କିନ୍ତୁ ରଶ୍ମିକା ଏବେ ତାଙ୍କ ବଲିଉଡ ମୁଭି ‘ମିଶନ ମଜନୁ’ ପାଇଁ ବ୍ୟସ୍ତ ଥିବା ବେଳେ ଭିଜୟ ମଧ୍ୟ ଲାଇଗରର ସୁଟିଂରେ ବ୍ୟସ୍ତ ରହିଛନ୍ତି । ଏହା ବ୍ୟତିତ ରଶ୍ମିକାଙ୍କ ହାତରେ ଏବେ ଆଉ ଏକ ବିଗ ବଜେଟ ବଲିଉଡ ମୁଭି ମଧ୍ୟ ରହିଛି । ଖୁବଶୀଘ୍ର ତାଙ୍କୁ ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ‘ଗୁଡବାୟ’ରେ ଦେଖିବାକୁ ମିଳିବ । ତେବେ ରଶ୍ମିକା ଓ ଭିଜୟ ଦେବରକୋଣ୍ଡାଙ୍କ ଫିଲ୍ମ କଥା କହିଲେ ପ୍ରଥମେ ଦୁହିଁଙ୍କୁ ୨୦୧୮ରେ ଫିଲ୍ମ ‘ଗୀତାଗୋବିନ୍ଦମ୍’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ଦୁହିଁଙ୍କ ଯୋଡି ସୁପରହିଟ ହେବା ପରେ ଦୁହେଁ ପୁଣି ଏକ ବ୍ଲକ୍ ବଷ୍ଟର ଦେଇଥିଲେ ଫିଲ୍ମ ଇଣ୍ଡଷ୍ଟ୍ରିକୁ । ଫିଲ୍ମ ‘ଡିୟର କୋମରେଡ’ରେ ଉଭୟ ପୁଣି କରିଥିଲେ ଧମାଲ । ତେବେ ଦୁହେଁ ପୁଣି କେବେ ସ୍କ୍ରିନରେ ଏକାଠି ନଜର ଆସିବେ ତାହା ଦେଖିବାକ୍ୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ