Masthead

ବଢିଲା ସୋନୁ ସୁଦଙ୍କ ଅଡୁଆ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଢୁଛି ବଲିଉଡ ଅଭିନେତା ସୋନୁ ସୁଦଙ୍କ ଅଡୁଆ । ଆଜି ପୁଣି ସୋନୁଙ୍କ ଘରେ ପହଞ୍ଚିଛନ୍ତି ଆୟକର ବିଭାଗ । ଲଗାତାର ୩ ଦିନ ହେବ ସୋନୁଙ୍କୁ ଆଇଟି ଟିମ ଜେରା କରୁଛି । ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ସୋନୁ ସୁଦଙ୍କ ଆୟ ଓ ଖର୍ଚ୍ଚ ସମ୍ବନ୍ଧରେ ପଚରାଉଚରା କରୁଛି ଆଇଟି ବିଭାଗ ।

ସୂଚନା ଅନୁସାରେ ଆଇଟି ସୋନୁ ସୁଦ ଚ୍ୟାରିଟି ଫାଉଣ୍ଡେସନର ଆକାଉଣ୍ଟ ମଧ୍ୟ ଯାଞ୍ଚ କରିପାରନ୍ତି । ଏହାପୂର୍ବରୁ ବୁଧବାର ଓ ଗୁରୁବାର ମଧ୍ୟ ସୋନୁଙ୍କ ଅଫିସ ଓ ଘରେ ସର୍ଭେ କରିଥିଲା ଆଇଟି ଟିମ । ଖାଲି ଏତିକି ନୁହେଁ ସୋନୁଙ୍କ ମୁମ୍ବାଇସ୍ଥିତ ଘର ସହ ଅନ୍ୟ ୫ଟି ଘର ଓ କାର୍ଯ୍ୟାଳୟରେ ପହଞ୍ଚି ତନାଘନା କରିଥିଲା ଆଇଟି ଟିମ ।

ତେବେ ସୋନୁଙ୍କ ଘରେ ଆୟକର ବିଭାଗ ସର୍ଭେ କରିଥିବା ବେଳେ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ ସୋନୁଙ୍କୁ ସମର୍ଥନ କରି କହିଛନ୍ତି ଯେ, ସତ୍ୟପଥରେ ଚାଲିବାକୁ ହେଲେ ଅନେକ ବାଧା ଓ ଅସୁବିଧାର ସମ୍ମୁଖିନ କରିବାକୁ ପଡେ। ହେଲେ ଶେଷରେ ସର୍ବଦା ସତ୍ୟର ହିଁ ଜୟ ହୋଇଥାଏ । ସେ ଆହୁରି କହିଛନ୍ତି ଯେ, ସୋନୁଙ୍କ ସାଥିରେ ଭାରତର ଲକ୍ଷ ଲକ୍ଷ ଗରିବ ପରିବାରଲୋକଙ୍କ ଆଶୀର୍ବାଦ ରହିଛି । ଯେଉଁମାନଙ୍କ କଠିନ ସମୟରେ ସୋନୁ ତାଙ୍କ ସହିତ ରହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ