Masthead

ଇନସ୍ପିରେସନ୍-୪ ସଫଳ: ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମହାକାଶ ଯାତ୍ରା କରି ଫେରିଲେ ୪ ସାଧାରଣ ନାଗରିକ । ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସର ପ୍ରଥମ ଅନ୍ତରୀକ୍ଷ ମିଶନ ଇନସ୍ପିରେସନ୍-୪ ସଫଳ ହୋଇଛି । ଏହି ମିଶନରେ ଅନ୍ତରୀକ୍ଷକୁ ୪ ଜଣ ସାଧାରଣ ନାଗରିକ ଯାଇଥିଲେ । ସ୍ପେସ୍ ଏକ୍ସର ଡ୍ରାଗନ ସ୍ପେସକ୍ରାଫ୍ଟ ତିନିଦିନ ପୃଥିବୀ ଚାରିପଟେ ଘୁରିଥିଲା । ଏହାପରେ ଆଜି ଭୋରରୁ ଫ୍ଲୋରିଡାର ସମୁଦ୍ର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡିଂ ସଫଳ ହୋଇଛି ।

ଏବେ ଏହି ୪ ଜଣ ପୃଥିବୀ ପରିକ୍ରମା କରି ସଫଳତାପୂର୍ବକ ଫେରି ଆସିଛନ୍ତି । ଏମାନଙ୍କୁ ଆମେରିକା କେନେଡି ସ୍ପେଶ ସେଣ୍ଟରରୁ ନେଇଯାଇଥିବା ସ୍ପେସଏକ୍ସର ଡ୍ରାଗନ ରକେଟ ୩ ଦିନ ପର୍ଯ୍ୟନ୍ତ ପୃଥିବୀ ପରିକ୍ରମା କରିବା ପରେ ସଫଳ ଭାବେ ସମୁଦ୍ରରେ ଓହ୍ଲାଇଛି । ସେପ୍ଟେମ୍ବର ୧୬ରେ ଭାରତୀୟ ସମୟ ଭୋର ୫ଟା ୩୩ରେ ଏମାନେ ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେଶ ସେଣ୍ଟରୁ ମହାକାଶ ଯାତ୍ରା କରିଥିଲେ। ଏହି ମହାକାଶ ଯାନ ପ୍ରଥମ ଥର ଲାଗି ସାଧାରଣ ନାଗରିକଙ୍କୁ ନେଇ ପୃଥିବୀ କକ୍ଷରେ ଲଞ୍ଚ ହୋଇଥିଲା । ଆଉ ଏହି ରକେଟରେ ଥିବା ସମସ୍ତ ଯାତ୍ରୀ ପେଶାରେ ମହାକାଶ ଯାତ୍ରୀ ନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ