Masthead

କମୁଛି ବିଭିନ୍ନ ନଦୀର ଜଳସ୍ତର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):   ଲଗାଣ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ବର୍ଷା କମିବା ପରେ ଏବେ ଜଳସ୍ତର ହ୍ରାସ ପାଉଛି । ସେପଟେ ମହାନଦୀର ଜଳସ୍ତର କମୁଥିବା ବେଳେ ବୁଢାବଳଙ୍ଗ, ଋଷିକୂଲ୍ୟା,ଇବ୍,ସୁବର୍ଣ୍ଣରେଖା,ବ୍ରାହ୍ମଣୀ ଓ ବୈତରଣୀ ସମେତ ପ୍ରାୟ ସବୁ ନଦୀର ଜଳସ୍ତର ଏବେ ହ୍ରାସ ପାଉଛି ।

ହୀରାକୁଦର ଜଳସ୍ତର ହ୍ରାସ ପାଉଥିବା ବେଳେ ଜଳଭଣ୍ଡାରର ଆଉ ୪ଟି ଗେଟ ବନ୍ଦ କରିଦିଆଯାଇଛି । ତେବେ ବର୍ତ୍ତମାନ ୮ଟି ଗେଟ୍ ଦେଇ ଜଳନିଷ୍କାସନ ହେଉଛି । ଆଜି ସକାଳ ୬ଟା ସୁଦ୍ଧା ସେଠାରେ ୧୨ଟି ଗେଟ ଖୋଲାଥିଲା । ସେତେବେଳେ ଜଳ ଭଣ୍ଡାରକୁ ୨ଲକ୍ଷ ୩୭ ହଜାର ୫୮୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୨୪ ହଜାର ୮୭୮ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା ।

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାରେ ବ୍ୟାପକ ଧାନ ଓ ପନିପରିବା ଚାଷର କ୍ଷୟକ୍ଷତି ହୋଇଛି । ଜିଲ୍ଲାର ରେମୁଣା,ବସ୍ତା,ବାଲିଆପାଳ,ଭୋଗରାଇ ଓ ବାଲେଶ୍ୱର ସଦର ବ୍ଲକରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ସେ ନେଇ ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ମାଡିଯାଇଛି । ଯାହାର ଯୟକ୍ଷତି ଆକଳନ କରିବାକୁ ଚାଷୀମାନେ ଦାବି କରିଛନ୍ତି । ସେପଟେ ଲଗାଣ ବର୍ଷା ଯୋଗୁ ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ଦେବୀ ନଦୀର ବନ୍ଧରେ ବିଭିନ୍ନ ସ୍ଥାନରେ ମାଟି ଧୋଇଯାଇଛି । ଏନେଇ ଲୋକେ ଆଖପାଖର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼