Masthead

ମୋତେ ନୁହେଁ ବରଂ ଜଣେ ଶିଖଙ୍କୁ ମୁଖ୍ୟମନ୍ତ୍ରୀ କରିବା ଆବଶ୍ୟକ !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପଞ୍ଜାବ ରାଜନୀତିରେ ଆଗକୁ କଣ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କଳ୍ପନା ଜଳ୍ପନା ଚାଲିଛି । ଏଥିରେ ଅନେକ ବରିଷ୍ଠ ନେତାଙ୍କ ନାମ ସାମ୍ନାକୁ ଆସୁଥିଲା ବେଳେ ସିଦ୍ଧୁଙ୍କ ପ୍ରଶଂସକ ତାଙ୍କୁ ନୂତନ ମୁଖ୍ୟମନ୍ତ୍ରୀ ବୋଲି ଗ୍ରହଣ କରିସାରିଥିବାର ଦେଖିବାକୁ ମିଳୁଛି । ଏହା ମଧ୍ୟରେ କଂଗ୍ରେସର ଜଣେ ଚର୍ଚ୍ଚିତ ଚେହେରାଙ୍କ ନାମ ସାମ୍ନାକୁ ଆସିଛି । ତେବେ ସେ ହେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଅମ୍ବିକା ସୋନି । ବର୍ତ୍ତମାନ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଚର୍ଚ୍ଚା ଜୋର ଧରୁଛି । ଏନେଇ ସୋସିଆଲ ମିଡ଼ିଆରେ କ୍ୟାମ୍ପେନ ମଧ୍ୟ ଆରମ୍ଭ ହୋଇଯାଇଥିବାର ଦେଖିବାକୁ ମିଳିଛି । ହେଲେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଅମ୍ବିକା ସୋନି ସିଧାସଳଖ ମନା କରିଦେଇଛନ୍ତି ।

ଏକଥା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କ ସହ ସାକ୍ଷାତ ମଧ୍ୟ କରିଥିଲେ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ହେଲେ ସେ ତାଙ୍କ ଜିଦରେ ଅଟଳ ଥିବାର ସୂଚନା ମିଳିଛି । ଅନ୍ୟପଟେ ତାଙ୍କ ନାମ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶୀର୍ଘରେ ରହିଛି । ଏହା ଛଡ଼ା ଅମ୍ବିକା ସୋନି ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଏହି ଗୁରୁତ୍ୱପୂର୍ଣ୍ଣ ପଦ ଗ୍ରହଣ କରିବାକୁ ମନା କରିଦେଇଛନ୍ତି । କେବଳ ଏତିକି ନୁହେଁ ବରଂ ଏହି ପଦବୀରେ କେବଳ ଜଣେ ଶିଖଙ୍କୁ ପୋଷ୍ଟ କରାଯିବା ଉଚିତ ବୋଲି ସେ ଦାବି କରିଛନ୍ତି । କଂଗ୍ରେସର ଅନେକ ବରିଷ୍ଠ ନେତା ମଧ୍ୟ ସୋନିଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେ ରାଜି ହୋଇନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ