Masthead

ବର୍ଷା ଉଜାଡ଼ିଦେଲା ସୁନାର ଫସଲ

ନିମାପଡ଼ା(ବଡ଼ ଖବର ବ୍ୟୁରୋ): ଚଳିତବର୍ଷ ଲଘୁଚାପ ଜନିତ ବର୍ଷା ଯୋଗୁଁ ପୁରୀ ଜିଲ୍ଲା ଅଧିନ ନିମାପଡ଼ା ବ୍ଲକରେ ଖରିଫ ଧାନ ଫସଲ ଧାର୍ଯ୍ୟ ଲକ୍ଷ ଠାରୁ କମ ଅମଳ ହେବା ଆଶଙ୍କା ସୃଷ୍ଟି ହୋଇଛି । ପ୍ରତିକୂଳ ପରିସ୍ଥିତି ଯୋଗୁଁ ଚଳିତ ଖରିଫ ଋତୁରେ ଧାନ ଫସଲ ପ୍ରଭାବିତ ହୋଇଛି ବୋଲି ଚାଷୀକୂଳ ଅଭିଯୋଗ କରିଛି । ଭାଦ୍ରବରେ ଲଘୁଚାପ ଜନିତ ଅଧିକ ବର୍ଷା ଯୋଗୁଁ ଗଭୀର ନଳକୂପ ସାହାଯ୍ୟରେ ଚାଷ କରିଥିବା ଚାଷୀମାନଙ୍କ ମୁଣ୍ଡରେ ଚଢ଼କ ପଡ଼ିଛି । ଅନେକ ଚାଷୀ ବୋରିଂ ଏବଂ କେନାଲ ପାଣିକୁ ସାହାରାକରି ଧାନରୁଆ କାର୍ଯ୍ୟ ସାରିଦେଇଥିଲେ ।

ଏବେ ଭାଦ୍ରବରେ ହୋଇଥିବା ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଧାନ ଜମିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୭ଦିନ ପରେବି ଖାଲୁଆ ଅଞ୍ଚଳ ଜମିରୁ ପାଣି ନିଷ୍କାସିତ ହୋଇନପାରି ଆଣ୍ଠୁଏ ଉଚ୍ଚରେ ଜମି ରହିଛି । ବର୍ତ୍ତମାନ ପରିସ୍ଥିତି ଦୃଷ୍ଟିରେ ରଖିଲେ ଚଳିତବର୍ଷ ଉତ୍ପାଦନ ଯଥେଷ୍ଟ ପରିମାଣର ହ୍ରାସ ପାଇବାର ସମ୍ଭାବନା ଦେଖାଦେଇଛି । ଚଳିତ ବର୍ଷ ନିମାପଡ଼ା କୃଷି ଜିଲ୍ଲା ଅଧିନ ନିମାପଡ଼ା ଅଞ୍ଚଳରେ ମୋଟ ୧୯,୪୦୦ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି । ଆଷାଢ଼ ଓ ଶ୍ରାବଣରେ ମାସରେ ବର୍ଷା ନହେବା ଭାଦ୍ରବରେ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ବର୍ଷା ହେବା ଯୋଗୁଁ ଚାଷ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରିଛି । ଚଳିତ ଖରିଫ ଋତୁ ଆରମ୍ଭରୁ ବର୍ଷାର ଲୁଚକାଳି ଖେଳ ଜାରୀ ରହିଥିଲା ।

ଚଳିତ ବର୍ଷ ଧାନ ଚାଷର ଆୟତନ ବୃଦ୍ଧିପାଇଥିଲା । ଆଷାଢ଼ ଓ ଶ୍ରାବଣମାସରେ ନିଅଣ୍ଟିଆ ବର୍ଷା ଯୋଗୁଁ ଗଜା ମରୁଡ଼ି ପରିସ୍ଥିତି ସୃଷ୍ଟିହୋଇଥିଲା। ଯାହାଫଳରେ ଚାଷ କାର୍ଯ୍ୟର୍ ସମ୍ପୂର୍ଣ୍ଣ ପଛେଇଯାଇଥିଲା । ଯେଉଁଚାଷୀମାନେ ବୋରିଂ ସାହାଯ୍ୟରେ ଚାଷକାର୍ଯ୍ୟ କରିଥିଲେ ନିର୍ଦ୍ଧାରୀତ ସମୟରେ କାର୍ଯ୍ୟ ସାରିଦେଇଥିଲେ ଲଗାଣ ବର୍ଷା ସେମାନଙ୍କ ପାଇଁ କାଳ ପାଲଟିଛି । ନିର୍ଦ୍ଧାରୀତ ସମୟରେ ଧାନ ରୁଆ ବିଲରେ ପଡ଼ିଆ ପକା କାମ ମଧ୍ୟ ସରିଯାଇଥିଲା । ଗଭୀତ ନଳକୂପ ସାହାଯ୍ୟ ଚାଷ ହୋଇଥିବା ଧାନ ଏବେ ଗର୍ଭ ଅବସ୍ଥାରେ ରହିଥିଲା । ଚଳିଚମାସରେ ଆବଶ୍ୟକତା ଠାରୁ ଅଧିକ ବର୍ଷା ହେବା ଯୋଗୁଁ ବିଲରେ ପାଣି ଜମିରହିବା ଫଳରେ ଗଛସବୁ ପଚିଯିବାର ସହିତ ଗଛ ଥୋଡ଼ରେ ପାଣିପସିଯାଇଛି ।

ଫଳରେ ଧାନ ଚାଷ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତି ହେବାର ଆଶଙ୍କା ସୃଷ୍ଟି ହୋଇଛି । ବୁଣା ଏବଂ ରୁଆ ଧାନ ବିଲରେ ପାଣି ଜମିରହି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଚଳିତ ବର୍ଷ ଅନିୟମୀତ ବର୍ଷା ଚାଷିକୂଳକୁ ହତାଶ କରିଦେଇଛି । ନିମାପଡ଼ାରେ ଚଳିତ ବର୍ଷ ବର୍ଷାର ପରିମାଣ ୩୦୨ ମି. ରେକର୍ଡ କରାଯାଇଛି । ଯାହାଫଳରେ ଧାନ ଜମିରେ ପାଣି ଜମି ରହିଛି । ଯଦି ଆଗକୁ ବର୍ଷା ନହୁଏ ତାହାଲେ ଜମିରୁ ପାଣି ଛାଡିବା ସମ୍ଭାବନା ରହିଛି । ଜଦି ପାଣି ଛାଡିଯାଏ । ତାହେଲେ ଧାନ ଫସଲ କ୍ଷତି ହେବାର ସମ୍ଭାବନା କମ ରହିବ ବୋଲି ବୋଲି କୃଷି ବିଭାଗ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ