Masthead

ବିଗ୍ ବସ୍ ଓଟିଟିର ଟାଇଟେଲ ଜିତିଲେ ଦିବ୍ୟା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ନିକଟରେ ଶେଷ ହୋଇଛି ବିଗ୍ ସୋ’ ବିଗ୍ ବସ୍ ଓଟିଟିର ଗ୍ରାଣ୍ଡ୍ ଫିନାଲେ । ଏହି ସୋ’ର ଟାଇଟେଲ ଜିତିଛନ୍ତି ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ । ଶମିତା, ରାକେଶ ଓ ନିଶାନ୍ତଙ୍କୁ ହରାଇ ଦିବ୍ୟା ଏହି ଟାଇଟେଲ ହାତେଇ ନେଇଛନ୍ତି । ବିଗ୍ ବସ୍ ଓଟିଟିର ପ୍ରଥମ ସିଜିନ୍ ଜିତି ବେଶ୍ ଖୁସି ଅଛନ୍ତି ଦିବ୍ୟା । ଖାସ୍ କରି ସେ ଯେବେ ତାଙ୍କ ଘରେ ପହଞ୍ଚିଛନ୍ତି ତାଙ୍କୁ ଏକ ଆକର୍ଷଣୀୟ ସ୍ୱାଗତ କରାଯାଇଥିଲା । ଏହା ସହ ଦିବ୍ୟାଙ୍କ ବୟଫ୍ରେଣ୍ଡ୍ ବରୁଣ୍ ସୁଦ୍ ନିଜ ଗାର୍ଲ ଫ୍ରେଣ୍ଡଙ୍କ ୱିନିଂରେ ଏକ ଧମାକେଦାର ପାର୍ଟି ଦେଇଛନ୍ତି ।

ଏହି ପାର୍ଟିର ଭିଡିଓ ଏବେ ସବୁଠି ବେଶ୍ ଭାଇରାଲ ହେବାରେ ଲାଗିଛି । ପାର୍ଟିରେ କିଛି ସେଲିବ୍ରିଟିଙ୍କ ସହ ଆହୁରି ଅନେକ ଖାସ୍ ଲୋକ ମଧ୍ୟ ନଜର ଆସିଥିଲେ । ବରୁଣ ନିଜର କିଛି ସ୍ପେସିଆଲ ପ୍ରେଣ୍ଡସଙ୍କ ସହ ଦିବ୍ୟାଙ୍କ ପାଇଁ ଏହି ପାର୍ଟି ଅର୍ଗାନାଇଜ୍ କରିଥିଲେ । ଏହି ପାର୍ଟିରେ ଦିବ୍ୟା ଅରେଞ୍ଜ୍ ଟି-ସାର୍ଟ ଓ ହ୍ୱାଇଟ୍ ଟ୍ରାଉଜର୍ସ ପିନ୍ଧି ଥିବା ନଜର ଆସିଥିଲେ । କାଜୁଆଲ ଲୁକ୍ ରେ ଏହି ପାର୍ଟିରେ ସମସ୍ତେ ଖୁବ୍ ମସ୍ତି କରିଥିଲେ । ଏହା ସହ ବରୁଣ ପାର୍ଟିରେ ଦିବ୍ୟାଙ୍କୁ ନିଜ ପ୍ରେମ ଅନୁଭବ କରାଇଥିଲେ ।

ତେବେ କହିବାକୁ ଗଲେ ଦିବ୍ୟା ହେଉଛନ୍ତି ଜଣେ ଅଭିନେତ୍ରୀ, ମଡେଲ ଓ ଡ୍ୟାନ୍ସର ମଧ୍ୟ । ସେ ହରର ୱବ୍ ସିରିଜ୍ ରାଗିଣୀ ଏମ୍ ଏମ୍ ଏସ୍ ରିଟର୍ଣ୍ଣସ୍ ରେ ନଜର ଆସି ସାରିଛନ୍ତି । ପୁର୍ବରୁ ସେ ବିଗ୍ ବସ୍ ପ୍ରତିଯୋଗୀ ପ୍ରିୟଙ୍କ୍ ଶର୍ମାଙ୍କ ସହ ରିଲେଶିନଶିପ୍ ରେ ରହିଥିଲେ । କିନ୍ତୁ ଦୁହିଁଙ୍କ ବ୍ରେକ୍ ଅପ୍ ଖବର ବେଶ୍ ଚର୍ଚ୍ଚା ପାଲଟିଥିଲା ଇଣ୍ଡଷ୍ଟ୍ରିରେ । ବର୍ତ୍ତମାନ ସେ ବରୁଣ ସୁଦ୍ ଙ୍କ ସହ ରଲେଶନଶିପ୍ ରେ ଅଛନ୍ତି । ତେବେ କିଛି ଦିନ ପୂର୍ବରୁ ସେ ବିଗ୍ ବସ୍ ଓଟିଟିରେ ଯୋଗ ଦେଇଥିଲେ । ଏହି ସୋ’ରେ ଛଅ ସପ୍ତାହ ବିତିବା ପରେ ସେ ବିଜୟ ହାସଲ କରିଛନ୍ତି । ତାଙ୍କ ସହ ଫାଇନାଲରେ ରାକେଶ ବାପତ୍, ଶମିତା ସେଟ୍ଟୀ, ଓ ନିଶାନ୍ତ ରହିଥିଲେ । ଦିବ୍ୟା ୱିନର ହେବା ସହ ସୋ’ର ରନର୍ସଅପ୍ ହୋଇଥିଲେ ନିଶାନ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି