Masthead

୪୧ ବର୍ଷରେ କରୀନା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଡଉର ବେବୋ କରୀନା କପୁର ଖାନ୍ । ଆଜି ୪୧ ବର୍ଷ ବୟସରେ ପାଦ ଥାପିଛନ୍ତି । ଆଜି ହେଉଛି କରୀନାଙ୍କର ଜନ୍ମଦିନ । ସେ ଆଜି ତାଙ୍କର ଏହି ବିଶେଷ ଦିନକୁ ସେଲିବ୍ରେଟ କରିଛନ୍ତି ନିଜ ସ୍ୱାମୀ ସୈଫ୍ ଅଲୀ ଖାନ୍ଙ୍କ ସହ । କରିନା ନିଜ ଜନ୍ମଦିନରେ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ କି ତାଙ୍କୁ ସୈଫଙ୍କ ସହ ମଲଦ୍ୱୀପ୍ ରେ ଦେଖିବାକୁ ମିଳିଛି । ଏହି ପୋଷ୍ଟରୁ ଜଣା ପଡୁଛି ଯେ କରିନା ନିଜ ଜନ୍ମଦିନକୁ ମଲଦ୍ୱୀପରେ ସେଲିବ୍ରେଟ କରିଛନ୍ତି । ଏହା ବ୍ୟତିତ ବି ଟାଉନର ଅନେକ ନାମିଦାମୀ ସେଲିବ୍ରିଟି ଆଜି କରିନାଙ୍କୁ ସୋସିଆଲ ମିଡିଆ ଜରିଆରେ ୱିଶ୍ ଜଣାଇଛନ୍ତି । ଖାସକରି କରିନାଙ୍କ ପାଇଁ ଭଉଣୀ କରିସ୍ମା,ମଲାଇକା, କରନ୍ ଜୋହର, କଙ୍ଗନା ଆଦି ସମସ୍ତେ ତାଙ୍କ ପାଇଁ କିଛି ସ୍ପେସିଆଲ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।

ତେବେ କରିନା ହେଉଛନ୍ତି ବି ଟାଉନର ଜଣେ ଭଲ ଅଭିନେତ୍ରୀ ହେବା ସହ ଜଣେ ଭଲ ମା ମଧ୍ୟ । ସେ ନିଜ ପ୍ରଫେଶନାଲ ଲାଇଫ ସହ ନିଜ ପର୍ଶନାଲ ଲାଇଫକୁ ବି ବେଶ୍ ଧ୍ୟାନ ଦିଅନ୍ତି । ୨୦୦ ମସିହାରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରି ସେ ଏପର୍ଯ୍ୟନ୍ତ ବି ନିଜର ଦବଦବା ଜାରି ରଖିଛନ୍ତି । ରଣଧୀର କପୁର ଏବଂ ବବିତାଙ୍କର ଝିଅ ହେଉଛନ୍ତି କରୀନା । କହିବାକୁ ଗଲେ ବଲିଉଡର ସବୁଠାରୁ ବଡ ଫ୍ୟାମିଲି କପୁର ଫ୍ୟାମିଲିର ରାଣୀ ହେଉଛନ୍ତି କରୀନା କପୁର । ଜଣେ ଷ୍ଟାର କିଡ୍ ଭାବରେ ସେ ଏଣ୍ଟ୍ରି କରିଥିଲେ ଫିଲ୍ମି ଦୁନିଆକୁ ।

ପ୍ରଥମ ଫିଲ୍ମ ‘ରିଫ୍ୟୁଜ’ ରୁ ସେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ନିଜ ଡେବ୍ୟୁ ଫିଲ୍ମ ପରେ ତାଙ୍କୁ ମିଳିଥିଲା ଦୁଇଟି ବିଗ ବଜେଟ ମୁଭିର ଅଫର ଯେଉଁଥିରେ ସେ ନିଜର ଏକ ପରିଚୟ ତିଆରି କରିଥିଲେ । ୨୦୦୧ରେ ଫିଲ୍ମ ‘ଅଶୋକା’ ଏବଂ ‘କଭି ଖୁସି କଭି ଗମ୍’ରେ ତାଙ୍କୁ ମିଳିଥିଲା ହିଷ୍ଟୋରିକାଲ ସକ୍ସସେସ୍ । ଏହା ପରେ ସେ ବି ଟାଉନକୁ ହିଟ୍ ପରେ ହିଟ୍ ଦେଇ ଚାଲିଥିଲେ । ଚମେଲି, ଦେବ୍, ଜବ୍ ୱି ମେଟ୍, କୁରୁବାନ୍, ତଲାସ୍, ହିରୋଇନ୍, ଉଡତା ପଞ୍ଜାବ୍, ବଡିଗାର୍ଡ, ବଜରଙ୍ଗି ଭାଇଜାନ୍, ଥ୍ରି ଇଡିୟଟସ୍, ଗୁଡ୍ ନ୍ୟୁଜ୍ ଭଳି ଅନେକ ବ୍ଲକ୍ ବଷ୍ଟର ଦେଇଛନ୍ତି କରୀନା । ପରେ ସେ ୨୦୧୨ରେ ଅଭିନେତା ସୈଫ୍ ଅଲୀ ଖାନ୍ ଙ୍କୁ ମ୍ୟାରେଜ୍ କରିଥିଲେ । ମ୍ୟାରେଜ ପରେ କରୀନା ଏବଂ ସୈଫ୍ ଙ୍କର ଦୁଇଟି ପୁତ୍ର ସନ୍ତାନ ମଧ୍ୟ ରହିଛନ୍ତି ।

ତେବେ କରୀନାଙ୍କ ୱାର୍କଫଣ୍ଟ କଥା କହିବାକୁ ଗଲେ ସେ ନିଜର ଦ୍ୱିତୀୟ ସନ୍ତାନ ଜନ୍ମ ହେବା ପରେ ପୁଣି ଥରେ ନିଜ ୱାର୍କ ଲାଇଫକୁ ବ୍ୟାକ୍ କରିଛନ୍ତି । ନିକଟରେ ସେ ଅପକମିଙ୍ଗ ଫିଲ୍ମ ‘ଲାଲ୍ ସିଂ ଚଢା’ର ସୁଟିଂରେ ବ୍ୟସ୍ତ ଥିଲେ । ଏଥିରେ ସେ ଅମୀର ଖାନ୍ ଙ୍କ ଅପୋଜିଟ୍ ରେ ଦେଖିବାକୁ ମିଳିବେ । ଏହା ବ୍ୟତୀତ କରୀନା ‘ଭିରେ ଦି ୱଡିଂ-୨’ ଏବଂ କରନ ଜୋହରଙ୍କ ଫିଲ୍ମ ‘ତଖ୍ତ’ରେ ମଧ୍ୟ ଦେଖିବାକୁ ମିଳିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ