Masthead

ନାଗାର୍ଜ୍ଜୁନାଙ୍କ ପୋଷ୍ଟରେ କମେଣ୍ଟ୍ ଦେଲେ ବୋହୂ ସମନ୍ଥା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସାଉଥ ଜଗତର ପପୁଲାର ଯୋଡି ହେଉଛନ୍ତି ସମନ୍ଥା ଏବଂ ନାଗ ଚୈତନ୍ୟ । ରିଲ ଲାଫରେ ଦୁହିଁଙ୍କ ଯୋଡି ଯେମିତି ସୁପରହିଟ ରିୟଲ ଲାଫରେ ବି ଦୁହିଁଙ୍କର ଲକ୍ଷ ଲକ୍ଷ ପ୍ୟାନ୍ସ ଫଲୋଇଙ୍ଗ ଦେଖିବାକୁ ମିଳେ । ସାଉଥର ସୁପର ହିରୋ ନାଗାର୍ଜୁନାଙ୍କର ପୁଅ ଏବଂ ବୋହୁ ହେଉଛନ୍ତି ନାଗ ଚୈତନ୍ୟ ଓ ସମନ୍ଥା । ସେଥିପାଇଁ ଅନେକ ସମୟରେ ଦୁହେଁ ଲାଇମ୍ ଲାଇଟ୍ ରେ ରୁହନ୍ତି । ତେବେ କିଛି ଦିନ ହେବ ସମନ୍ଥା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସର୍ ନେମ୍ ଅକିନେନିକୁ କାଟି କେବଳ ଏସ୍ ଲେଖିଥିଲେ । ଏବଂ ସେବେଠାରୁ ହିଁ ନାଗ ଚୈତନ୍ୟ ଏବଂ ସମନ୍ଥାଙ୍କୁ ନେଇ ଅନେକ ବିବାଦ ଶୁଣିବାକୁ ମିଳୁଥିଲା ।

ଦୁହିଁଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା ଯେ ଉଭୟଙ୍କର ମ୍ୟାରେଜ ଲାଇଫରେ କିଛି ସମସ୍ୟା ଦେଖାଦେଇଛି । ସେଥିପାଇଁ ସମନ୍ଥା ନିଜ ନାଁରୁ ଅକିନେନୀ ହଟାଇ ଦେଇଛନ୍ତି । ଏବଂ କେହି କେହି କହୁଥିଲେ ଯେ ସମନ୍ଥା ଏବଂ ନାଗ ଚୈତନ୍ୟଙ୍କର ଛାଡପତ୍ର ହୋଇ ଯାଇଛି । ସେଥିପାଇଁ ଉଭୟ ଆଉ କେଉଁଠି ଏକାଠି ନଜର ଆସୁ ନାହାନ୍ତି । ତେବେ ଏ ସବୁ ପରେ କିନ୍ତୁ ଦୁହେଁ କୌଣସି ଅଫିସିଆଲ ଆନାଉସମେଣ୍ଟ କରି ନଥିଲେ । କିନ୍ତୁ ନିକଟରେ ଏପରି ଏକ କଥା ଦେଖା ଦେଇଛି ଯାହାକୁ ଦେଖିବା ପରେ ଫ୍ୟାନ୍ସ ମାନେ ଭାବୁଛନ୍ତି ଯେ ଦୁହିଁଙ୍କ ମଧ୍ୟରେ ସେଭଳି କିଛି ସମସ୍ୟା ହୋଇନାହିଁ ।

ନିକଟରେ ନାଗାର୍ଜୁନା ତାଙ୍କ ପିତା ନାଗେଶ୍ୱରା ରାଓଙ୍କ ଜନ୍ମଦିନ ଅବସରରେ ଏକ ଟ୍ୱିଟ୍ ପୋଷ୍ଟ କରିଥିଲେ । ଏବଂ ଏହି ଟ୍ୱିଟ୍ରେ କମେଣ୍ଟ କରି ନାଗାର୍ଜୁନାଙ୍କୁ ‘ମାମା’ ବୋଲି ସମ୍ବୋଧନ କରିଛନ୍ତି ସମନ୍ଥା । ତେଲୁଗୁରେ ମାମାର ଅର୍ଥ ହେଲା ବାପା ବା ଶ୍ୱଶୁର । ଯାହାକି ସମନ୍ଥା ନାଗାର୍ଜୁନାଙ୍କୁ କହିଛନ୍ତି । ତେବେ ସମନ୍ଥାଙ୍କର ଏପରି ପୋଷ୍ଟ ପରେ ତାଙ୍କର ଅନକ ଫ୍ୟାନ୍ସ ଖୁସି ହୋଇ ଯାଇଛନ୍ତି । ଦୁହିଁଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଠାକ୍ ଥାଉ ବୋଲି ପ୍ରା୍ରଥନା କରିଛନ୍ତି ଫ୍ୟାନ୍ସ । ତେବେ ଦୁହେଁ ଅନେକ ଦିନ ହେବ କେଉଁଠାରେ ଏକାଠି ନଜର ଆସି ନଥବାରୁ ଏପରି ଭାବୁଥିଲେ ଫ୍ୟାନ୍ସ । ଏପରିକି ଦୁହିଁଙ୍କ କୌଣସି ସୋଲିଆଲ ମିଡିଆ ପୋଷ୍ଟରେ ବି ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳି ନାହିଁ ।

ତେବେ ୱର୍କଫ୍ରଣ୍ଟ କଥା କହିବାକୁ ଗଲେ ନିକଟରେ ସମନ୍ଥ୍ା ତାଙ୍କ ଅପକମିଙ୍ଗଫିଲ୍ମ ‘ସକୁନ୍ତଲମ୍’ ପାଇଁ ବ୍ୟସ୍ତ ରହିଛନ୍ତି । ସେପବଟେ ନାଗ ଚୈତନ୍ୟ ମଧ୍ୟ ତାଙ୍କ ଆଗାମୀ ଫିଲ୍ମ ଆଇ ଲଭ ୟୁର ରିଲିଜ ପାଇଁ ପ୍ରିପେୟାର ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା