Masthead

ନାଗାର୍ଜ୍ଜୁନାଙ୍କ ପୋଷ୍ଟରେ କମେଣ୍ଟ୍ ଦେଲେ ବୋହୂ ସମନ୍ଥା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସାଉଥ ଜଗତର ପପୁଲାର ଯୋଡି ହେଉଛନ୍ତି ସମନ୍ଥା ଏବଂ ନାଗ ଚୈତନ୍ୟ । ରିଲ ଲାଫରେ ଦୁହିଁଙ୍କ ଯୋଡି ଯେମିତି ସୁପରହିଟ ରିୟଲ ଲାଫରେ ବି ଦୁହିଁଙ୍କର ଲକ୍ଷ ଲକ୍ଷ ପ୍ୟାନ୍ସ ଫଲୋଇଙ୍ଗ ଦେଖିବାକୁ ମିଳେ । ସାଉଥର ସୁପର ହିରୋ ନାଗାର୍ଜୁନାଙ୍କର ପୁଅ ଏବଂ ବୋହୁ ହେଉଛନ୍ତି ନାଗ ଚୈତନ୍ୟ ଓ ସମନ୍ଥା । ସେଥିପାଇଁ ଅନେକ ସମୟରେ ଦୁହେଁ ଲାଇମ୍ ଲାଇଟ୍ ରେ ରୁହନ୍ତି । ତେବେ କିଛି ଦିନ ହେବ ସମନ୍ଥା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସର୍ ନେମ୍ ଅକିନେନିକୁ କାଟି କେବଳ ଏସ୍ ଲେଖିଥିଲେ । ଏବଂ ସେବେଠାରୁ ହିଁ ନାଗ ଚୈତନ୍ୟ ଏବଂ ସମନ୍ଥାଙ୍କୁ ନେଇ ଅନେକ ବିବାଦ ଶୁଣିବାକୁ ମିଳୁଥିଲା ।

ଦୁହିଁଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା ଯେ ଉଭୟଙ୍କର ମ୍ୟାରେଜ ଲାଇଫରେ କିଛି ସମସ୍ୟା ଦେଖାଦେଇଛି । ସେଥିପାଇଁ ସମନ୍ଥା ନିଜ ନାଁରୁ ଅକିନେନୀ ହଟାଇ ଦେଇଛନ୍ତି । ଏବଂ କେହି କେହି କହୁଥିଲେ ଯେ ସମନ୍ଥା ଏବଂ ନାଗ ଚୈତନ୍ୟଙ୍କର ଛାଡପତ୍ର ହୋଇ ଯାଇଛି । ସେଥିପାଇଁ ଉଭୟ ଆଉ କେଉଁଠି ଏକାଠି ନଜର ଆସୁ ନାହାନ୍ତି । ତେବେ ଏ ସବୁ ପରେ କିନ୍ତୁ ଦୁହେଁ କୌଣସି ଅଫିସିଆଲ ଆନାଉସମେଣ୍ଟ କରି ନଥିଲେ । କିନ୍ତୁ ନିକଟରେ ଏପରି ଏକ କଥା ଦେଖା ଦେଇଛି ଯାହାକୁ ଦେଖିବା ପରେ ଫ୍ୟାନ୍ସ ମାନେ ଭାବୁଛନ୍ତି ଯେ ଦୁହିଁଙ୍କ ମଧ୍ୟରେ ସେଭଳି କିଛି ସମସ୍ୟା ହୋଇନାହିଁ ।

ନିକଟରେ ନାଗାର୍ଜୁନା ତାଙ୍କ ପିତା ନାଗେଶ୍ୱରା ରାଓଙ୍କ ଜନ୍ମଦିନ ଅବସରରେ ଏକ ଟ୍ୱିଟ୍ ପୋଷ୍ଟ କରିଥିଲେ । ଏବଂ ଏହି ଟ୍ୱିଟ୍ରେ କମେଣ୍ଟ କରି ନାଗାର୍ଜୁନାଙ୍କୁ ‘ମାମା’ ବୋଲି ସମ୍ବୋଧନ କରିଛନ୍ତି ସମନ୍ଥା । ତେଲୁଗୁରେ ମାମାର ଅର୍ଥ ହେଲା ବାପା ବା ଶ୍ୱଶୁର । ଯାହାକି ସମନ୍ଥା ନାଗାର୍ଜୁନାଙ୍କୁ କହିଛନ୍ତି । ତେବେ ସମନ୍ଥାଙ୍କର ଏପରି ପୋଷ୍ଟ ପରେ ତାଙ୍କର ଅନକ ଫ୍ୟାନ୍ସ ଖୁସି ହୋଇ ଯାଇଛନ୍ତି । ଦୁହିଁଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଠାକ୍ ଥାଉ ବୋଲି ପ୍ରା୍ରଥନା କରିଛନ୍ତି ଫ୍ୟାନ୍ସ । ତେବେ ଦୁହେଁ ଅନେକ ଦିନ ହେବ କେଉଁଠାରେ ଏକାଠି ନଜର ଆସି ନଥବାରୁ ଏପରି ଭାବୁଥିଲେ ଫ୍ୟାନ୍ସ । ଏପରିକି ଦୁହିଁଙ୍କ କୌଣସି ସୋଲିଆଲ ମିଡିଆ ପୋଷ୍ଟରେ ବି ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳି ନାହିଁ ।

ତେବେ ୱର୍କଫ୍ରଣ୍ଟ କଥା କହିବାକୁ ଗଲେ ନିକଟରେ ସମନ୍ଥ୍ା ତାଙ୍କ ଅପକମିଙ୍ଗଫିଲ୍ମ ‘ସକୁନ୍ତଲମ୍’ ପାଇଁ ବ୍ୟସ୍ତ ରହିଛନ୍ତି । ସେପବଟେ ନାଗ ଚୈତନ୍ୟ ମଧ୍ୟ ତାଙ୍କ ଆଗାମୀ ଫିଲ୍ମ ଆଇ ଲଭ ୟୁର ରିଲିଜ ପାଇଁ ପ୍ରିପେୟାର ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍