Masthead

ନରେନ୍ଦ୍ର ଗିରି ମୃତ୍ୟୁ ମାମଲା; ଭିଡିଓଗ୍ରାଫି ମାଧ୍ୟମରେ ହେବ ପୋଷ୍ଟମର୍ଟମ

ଉତ୍ତରପ୍ରଦେଶ(ବଡ଼ ଖବର ବ୍ୟୁରୋ): ସାରା ଦେଶରେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ସ୍ୱାମୀଙ୍କ ମୃତ ଦେହକୁ ପାଞ୍ଚ ଜଣ ଡାକ୍ତରଙ୍କ ଏକ ପ୍ୟାନେଲ ପୋଷ୍ଟମର୍ଟମ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ ଦୁଇଜଣ ଏମଏଲଏନ ମେଡିକାଲ କଲେଜର ବିଶେଷଜ୍ଞ, ଦୁଇ ଜଣ ଜିଲ୍ଲା ହସ୍ପିଟାଲର ଡାକ୍ତର ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଜଣେ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ଅପରପକ୍ଷେ ପ୍ୟାନେଲର ସମସ୍ତ ଡାକ୍ତରଙ୍କ ନାମ ଗୁପ୍ତ ରଖାଯାଇଛି । ଏପରିକି ଡାକ୍ତରମାନଙ୍କୁ ଏକ ଘଣ୍ଟା ପୂର୍ବରୁ ହିଁ ପୋଷ୍ଟମର୍ଟମ କରିବାକୁ ଡ଼କାଯିବ । ଏହାର ସମସ୍ତ କପିକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯିବାର ସୂଚନା ମିଳିଛି ।

ଜିଲ୍ଲା ମାଜିଷ୍ଟ୍ରେଟ ସଞ୍ଜୟ ଖତ୍ରୀ, ଆଇଜି କେପି ସିଂହ, ଡିଜି ବେଷ୍ଟ ତ୍ରିପାଠୀ, ପ୍ରିନ୍ସିପାଲ ମେଡିକାଲ କଲେଜ, ସିଏମଓ ଡକ୍ଟର ନାନକ ସରନ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ବୈଠକରେ ପୋଷ୍ଟମର୍ଟମ ପ୍ୟାନେଲ ଗଠନ କରାଯାଇଥିଲା । ମହନ୍ତଙ୍କ ଶରୀରର ପୋଷ୍ଟମର୍ଟମ ପରିଚାଳନା କରିଥିବା ସମସ୍ତ ବିଶେଷଜ୍ଞଙ୍କ ନାମ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କାହାକୁ ପ୍ରକାଶ କରାଯାଇ ନାହିଁ । ଅନ୍ୟପଟେ ଏହି ହାଇପ୍ରୋଫାଇଲ ମାମଲାରେ ପୋଷ୍ଟମର୍ଟମ ସମୟରେ ପ୍ରତ୍ୟେକ ମୁହୂର୍ତ୍ତ ଭିଡିଓଗ୍ରାଫି ହେବ ବୋଲି ଅଧିକାରୀମାନେ ନିଷ୍ପତ୍ତି ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା