Masthead

ଜେଲରେ ବିବାହ

ଟାଙ୍ଗୀ(ବଡ଼ ଖବର ବ୍ୟୁରୋ): ଜେଲରେ ଦିବ୍ୟାଙ୍ଗ ପୀଡିତାଙ୍କ ଶୁଭ ବିବାହ । କଟକ ଜିଲ୍ଲା ଚୌଦ୍ୱାର ସର୍କଲ ଜେଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ୬ ବର୍ଷ ଦଣ୍ଡ ଭୋଗୁଥିବା ଅଭିଯୁକ୍ତ ଅର୍ଜୁନ ମଲ୍ଲିକ ଯିଏକି ୬ବର୍ଷ ପୂର୍ବରୁ ଦିବ୍ୟାଙ୍ଗ ରିନା ମଲ୍ଲିକଙ୍କୁ ପ୍ରେମର ସ୍ବପ୍ନ ଦେଖାଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ । ପରେ ରିନା ଯେତେବେଳେ ଏକ ମୃତ ସନ୍ତାନଟିକୁ ଜନ୍ମ ଦିଅନ୍ତି ଅର୍ଜୁନ ନିଜର ପ୍ରେମକୁ ସ୍ୱୀକୃତି ଦେଇନଥିଲା । ଯାହା ଫଳରେ ରିନାଙ୍କ ବାପାମାଆ ଆଇନର ଆଶ୍ରୟ ନେଇଥିଲେ।

ଅର୍ଜୁନ ୬ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ନିଜ ଭୁଲ ବୁଝି ଦିବ୍ୟାଙ୍ଗ ରିନାକୁ ବିବାହ କରିବା ପାଇଁ ରାଜି ହୋଇଥିଲା। ପୋସ୍କୋ କୋର୍ଟଙ୍କ ଆଦେଶ ଅନୁଯାୟୀ ଉଦ୍ଧାର ଫାଉଣ୍ଡେସନ ସାମାଜିକ ସଙ୍ଘର କର୍ମକର୍ତ୍ତା ମାନେ ହିନ୍ଦୁ ରୀତିନୀତି ଅନୁଯାୟୀ ବୈଦିକ ରୀତିରେ ଶୁଭ ବିବାହ କାର୍ଯ୍ୟ ସମ୍ପନ୍ନ କରିଥଲେ । ଜେଲରେ ଏହି ପରି ଚାରି ଚାରି ଥର ବିବାହ କାର୍ଯ୍ୟକୁ ଆୟୋଜକ କରୁଥିବା ଉଦ୍ଧାର ଫାଉଣ୍ଡେସନକୁ ବିଭିନ୍ନ ମହଲରୁ ପ୍ରଶଂସା କରିବା ସହ ଦିବ୍ୟାଙ୍ଗ ରିନାଙ୍କ ପରିବାର ଫାଉଣ୍ଡେସନର ପ୍ରତିଷ୍ଠାତା ନରୋଓତମ ଦାସଙ୍କୁ ଆଶୀର୍ବାଦ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ