Masthead

ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କା ହବ କି ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):    ମହଙ୍ଗା ହେଉଛି ଗ୍ୟାସ ସିଲିଣ୍ଡର । କରୋନା କାଳରେ ପେଟ୍ରୋଲ ଡିଜେଲ ପରେ ଏବେ ରନ୍ଧନ ଗ୍ୟାସର ଦର ବୃଦ୍ଧି ହୋଇଛି । ରିପୋର୍ଟ ଅନୁଯାୟୀ , ସରକାରଙ୍କ ଆଭ୍ୟନ୍ତରୀଣ ଆକଳନରୁ ଜଣାପଡିଛି ଯେ ଏକ ସିଲିଣ୍ଡର ପାଇଁ ଗ୍ରାହକଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ । ଆଗାମୀ ଦିନରେ ସାଧାରଣ ଲୋକେ ଅନ୍ୟ ଏକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେବେ ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଏଲପିଜି ସିଲିଣ୍ଡର ଉପରେ ସବସିଡି ବନ୍ଦ କରିପାରନ୍ତି । ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ ।

ସୂଚନା ଅନୁଯାୟୀ ପୂର୍ବରୁ ସବସିଡି ହିସାବରେ ଗ୍ରାହକଙ୍କୁ ୩,୫୫୯ କୋଟି ଟଙ୍କା ବଣ୍ଟନ କରାଯାଇଛି । ୨୦୨୦-୨୧ ର ଆର୍ଥିକ ବର୍ଷରେ ସରକାର ଗ୍ରାହକଙ୍କୁ ୩,୫୫୯ କୋଟି ଟଙ୍କାର ସବସିଡି ପ୍ରଦାନ କରିଥିଲେ । ତେବେ ପୂର୍ବ ଆର୍ଥିକ୨୦୧୯-୨୦ ବର୍ଷରେ ଏହି ସଂଖ୍ୟା ୨୪,୪୬୮ କୋଟି ଟଙ୍କା ଥିଲା । କିନ୍ତୁ ଏବେ ଗୋଟିଏ ବର୍ଷ ମଧ୍ୟରେ ସରକାର ସବସିଡିର ପ୍ରାୟ ୬ ଗୁଣ ହ୍ରାସ କରିଛନ୍ତି । ବର୍ତ୍ତମାନ ଦେଖିବାକୁ ଗଲେ ଯଦି ଗ୍ରାହକଙ୍କ ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କା, ତେବେ ଏହି ଗ୍ରାହକ ସବସିଡିର ଲାଭ ପାଇ ପାରିବେ ନାହିଁ ।

ସେପଟେ ଚଳିତ ବର୍ଷ ଜାନୁଆରୀ ୧ରେ ଦିଲ୍ଲୀରେ ଏହା ୬୯୪ ଟଙ୍କା ଥିଲା । କିନ୍ତୁ ବର୍ତ୍ତମାନ ଏହା ୮୮୪ ଟଙ୍କାକୁ ବୃଦ୍ଧି ପାଇଛି । ଆର୍ଥାତ ଚଳିତ ବର୍ଷ ତୁଳନାରେ ଏହା ୧୯୦ ଟଙ୍କା ବୃଦ୍ଧି ପାଇଛି । ସେହିପରି କୋଲକାତାରେ ରନ୍ଧନ ଗ୍ୟାସର ମୂଲ୍ୟ ୯୧୧ ଟଙ୍କା , ମୁମ୍ବାଇରେ ୮୮୪.୫ ଟଙ୍କା ଏବଂ ଚେନ୍ନାଇରେ ୯୦୦.୫ ଟଙ୍କା ରହିଛି । ସୂଚନା ଅନୁସାରେ ରନ୍ଧନ ଗ୍ୟାସର ମୂଲ୍ୟ ପ୍ରତି ମାସରେ ବଦଳିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା