ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କା ହବ କି ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):    ମହଙ୍ଗା ହେଉଛି ଗ୍ୟାସ ସିଲିଣ୍ଡର । କରୋନା କାଳରେ ପେଟ୍ରୋଲ ଡିଜେଲ ପରେ ଏବେ ରନ୍ଧନ ଗ୍ୟାସର ଦର ବୃଦ୍ଧି ହୋଇଛି । ରିପୋର୍ଟ ଅନୁଯାୟୀ , ସରକାରଙ୍କ ଆଭ୍ୟନ୍ତରୀଣ ଆକଳନରୁ ଜଣାପଡିଛି ଯେ ଏକ ସିଲିଣ୍ଡର ପାଇଁ ଗ୍ରାହକଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ । ଆଗାମୀ ଦିନରେ ସାଧାରଣ ଲୋକେ ଅନ୍ୟ ଏକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେବେ ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଏଲପିଜି ସିଲିଣ୍ଡର ଉପରେ ସବସିଡି ବନ୍ଦ କରିପାରନ୍ତି । ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ ।

ସୂଚନା ଅନୁଯାୟୀ ପୂର୍ବରୁ ସବସିଡି ହିସାବରେ ଗ୍ରାହକଙ୍କୁ ୩,୫୫୯ କୋଟି ଟଙ୍କା ବଣ୍ଟନ କରାଯାଇଛି । ୨୦୨୦-୨୧ ର ଆର୍ଥିକ ବର୍ଷରେ ସରକାର ଗ୍ରାହକଙ୍କୁ ୩,୫୫୯ କୋଟି ଟଙ୍କାର ସବସିଡି ପ୍ରଦାନ କରିଥିଲେ । ତେବେ ପୂର୍ବ ଆର୍ଥିକ୨୦୧୯-୨୦ ବର୍ଷରେ ଏହି ସଂଖ୍ୟା ୨୪,୪୬୮ କୋଟି ଟଙ୍କା ଥିଲା । କିନ୍ତୁ ଏବେ ଗୋଟିଏ ବର୍ଷ ମଧ୍ୟରେ ସରକାର ସବସିଡିର ପ୍ରାୟ ୬ ଗୁଣ ହ୍ରାସ କରିଛନ୍ତି । ବର୍ତ୍ତମାନ ଦେଖିବାକୁ ଗଲେ ଯଦି ଗ୍ରାହକଙ୍କ ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କା, ତେବେ ଏହି ଗ୍ରାହକ ସବସିଡିର ଲାଭ ପାଇ ପାରିବେ ନାହିଁ ।

ସେପଟେ ଚଳିତ ବର୍ଷ ଜାନୁଆରୀ ୧ରେ ଦିଲ୍ଲୀରେ ଏହା ୬୯୪ ଟଙ୍କା ଥିଲା । କିନ୍ତୁ ବର୍ତ୍ତମାନ ଏହା ୮୮୪ ଟଙ୍କାକୁ ବୃଦ୍ଧି ପାଇଛି । ଆର୍ଥାତ ଚଳିତ ବର୍ଷ ତୁଳନାରେ ଏହା ୧୯୦ ଟଙ୍କା ବୃଦ୍ଧି ପାଇଛି । ସେହିପରି କୋଲକାତାରେ ରନ୍ଧନ ଗ୍ୟାସର ମୂଲ୍ୟ ୯୧୧ ଟଙ୍କା , ମୁମ୍ବାଇରେ ୮୮୪.୫ ଟଙ୍କା ଏବଂ ଚେନ୍ନାଇରେ ୯୦୦.୫ ଟଙ୍କା ରହିଛି । ସୂଚନା ଅନୁସାରେ ରନ୍ଧନ ଗ୍ୟାସର ମୂଲ୍ୟ ପ୍ରତି ମାସରେ ବଦଳିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ