ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ଛାତି ଥରାଇ ଦେବା ଭଳି ଘଟଣା । ଦିଲ୍ଲୀର ଗୋଟିଏ କୋର୍ଟ ରୁମରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଜିଦେନ୍ଦ୍ର ଓରଫ ଗୋଗିକୁ କୋର୍ଟ ରୁମ ଭିତରେ ଗୁଳି କରି ହତ୍ୟା କରାଯାଇଛି । ଦିଲ୍ଲୀର ରୋହିତ କୋର୍ଟରେ ଏଭଳି ଘଟଣା ଘଟିଛି ।
ସୂଚନା ଅନୁଯାୟୀ ଜିତେନ୍ଦ୍ରଙ୍କୁ କୋର୍ଟର ୨ ନଂ ପ୍ରକୋଷ୍ଠରେ ବିଚାରପତିଙ୍କ ସମ୍ମୁଖରେ ହାଜର କରାଯାଇଥିଲା । ହଠାତ୍ ଏହି ସମୟରେ ୨ ଜଣ ଆକ୍ରମଣକାରୀ ଓକିଲର ଛଦ୍ମ ବେଶରେ ଆସି କୋର୍ଟ ରୁମରେ ପହଞ୍ଚିଥିଲେ । କୋର୍ଟରେ ଶୁଣାଣି ହେଉଥିବା ବେଳେ ସେମାନେ ନିଜ ପାଖରେ ରଖିଥିବା ବନ୍ଧୁକ ବାହାର କରି ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଉପରକୁ ଗୁଳି ମାଡ କରଥିଲେ ।
ତେବେ ଗୁଳି ମାଡ ପରେ ଘଟଣାସ୍ଥଳରେ ହିଁ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରେ ପୋଲିସ ପକ୍ଷରୁ ମଧ୍ୟ ଗୁଳି ମାଡ ହୋଇଥିଲା । ପୋଲିସ ଗୁଳିରେ ୨ ଜଣ ଆକ୍ରମଣକାରୀ କୋର୍ଟ ରୁମରେ ପ୍ରାଣ ହରାଇଛନ୍ତି । ତେବେ ଗୁଳିମାଡ ଘଟଣାରେ ମୋଟ ୪ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି । ତେବେ ଘଟଣା ପରେ କୋର୍ଟ ପରିସରରେ ଆତଙ୍କ ଖେଳିଯାଇଛି । ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଜ କରାଯାଉଛି । ଖବର ଅନୁଯାୟୀ ଜିତେନ୍ଦ୍ରଙ୍କୁ ୨ ବର୍ଷ ତଳେ ଦିଲ୍ଲୀର ସ୍ପେଶାଲ ସେଲ ଗରଫ କରିଥିଲା । ଜିତେନ୍ଦ୍ରଙ୍କ ନାଁରେ ୧୦ରୁ ଅଧିକ ମାମଲା ରୁଜୁ ହୋଇଛି ।