ଆପରେ ମିଶିବେ କି ସୋନୁ ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଖୁବଶୀଘ୍ର ଅଭୀନେତା ସୋନୁ ସୁଦଙ୍କୁ ନେଇ ଏକ ବଡ ଖବର ଆସିପାରେ । ତେବେ ନିକଟରେ ବଲିଉଡ ଅଭିନେତା ସୋନୁ ସୁଦ କିଛି ବିବାଦରେ ଛନ୍ଦି ହୋଇଯାଇଥିଲେ । ହେଲେ ଏବେ ସେ ଖୁବ ଶୀଘ୍ର ଆମ ଆଦମୀ ପାର୍ଟିରେ ସାମିଲ ହୋଇପାରନ୍ତି । ସୋନୁ ଆମ ଆଦମୀ ପାର୍ଟିରେ ସାମିଲ ହେବା ନେଇ ଖୁବ ଚର୍ଚ୍ଚା ହେଉଛି ।

ଗତ ବୁଧୁବାର ସୋନୁଙ୍କ ସହ ଆପ ଦଳର ନେତାଙ୍କ ସହ ବୈଠକ ହୋଇଥିବା ସୂଚନା । ବୈଠକ ପରେ ସୋନୁ ସୁଦ ଆପ ଦଳର ସଦସ୍ୟ ହୋଇପାରନ୍ତି । ଖାଲି ଏତିକି ନୁହେଁ ସୋନୁଙ୍କୁ ଆପ ଦଳରେ ସାମିଲ କରିବା ପାଇଁ ଏହି ବୈଠକ ହୋଇଥିଲ ବୋଲି ଜଣାପଡିଛି । ୨୦୨୨ରେ ଗୁଜୁରାଟରେ ନିର୍ବାଚନ ହେବାକୁ ଥିବା ବେଳେ ଏବେ ଏହି ଖବର ସମସ୍ତଙ୍କୁ ଚକିତ କରିଛି । ତେବେ ଗତ କିଛି ଦିନ ତଳେ ଅରବିନ୍ଦ କେଜ୍ରିୱାଲ ସୋନୁ ସୁଦଙ୍କୁ ଭେଟିଥିଲେ । ଏମିତିକି ଗତ ଅଗଷ୍ଟ ମାସରେ ଆପ ଦଳ ପକ୍ଷରୁ ସୋନୁଙ୍କୁ ଦେଶ କି ମେଣ୍ଟର କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସଡର କରାଯାଇଥିଲା । କରୋନା କାଳରେ ସୋନୁ ସୁଦ ପ୍ରବାସୀ ଶ୍ରମିକଙ୍କୁ ସାହାର୍ଯ୍ୟ କରି ସମସ୍ତଙ୍କଠୁ ଅନେକ ପ୍ରଶଂସା ସାଉଟିଥିଲେ । ତେବେ ଏବେ ଆପରେ ସୋନୁଙ୍କ ସାମିଲ ହେବା ନେଇ ଚର୍ଚ୍ଚ ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ