Masthead

କୋର୍ଟ ରୁମରେ ଗୁଳିକାଣ୍ଡ ମାମଲା, ୨ ଗ୍ୟାଙ୍ଗଷ୍ଟର ଗିରଫ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):    ନିକଟରେ ଦିଲ୍ଲୀର ଏକ କୋର୍ଟ ରୁମରେ ଛାତି ଥରାଇ ଦେବା ଭଳି ଘଟଣା ଘଟିଥିଲା । ଦିଲ୍ଲୀର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଗୋଗିକୁ କୋର୍ଟ ରୁମ ଭିତରେ ଗୁଳି କରି ହତ୍ୟା କରାଯାଇଥିଲା । ତେବେ ଏଭଳି କାଣ୍ଡ ଦିଲ୍ଲୀର ରୋହିଣୀ କୋର୍ଟ ଭିତରେ ଘଟିଥିଲା । ଏହି ଗୁଳିକାଣ୍ଡ ପରେ ଦିଲ୍ଲୀ ପୋଲିସ ଏବେ ଆକ୍ସନ ମୋଡରେ । ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ ୨ ଜଣ ଗ୍ୟାଙ୍ଗଷ୍ଟରକୁ ଗିରଫ କରିଛି । ଗିରଫ ହୋଇଥିବା ଗ୍ୟାଙ୍ଗଷ୍ଟର ହେଲେ ଉମଙ୍ଗ ଓ ବିନୟ ।

ଘଟଣାରେ ପୋଲିସ ପଚରାଉଚରା ପରେ ଜଣାପଡିଲା ଯେ, ଏହି ଗୁଳିକାଣ୍ଡ ପାଇଁ ଉମଙ୍ଗକୁ ଟିଲୁ ଫୋନରେ ନର୍ଦ୍ଦେଶ ଦେଇଥିଲା । ନିର୍ଦ୍ଦେଶ ପରେ ଏହି ଗୁଳିକାଣ୍ଡରେ ନିହତ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ସହ ଉମଙ୍ଗ ରୋହିଣୀ କୋର୍ଟରେ ପହଞ୍ଚିଥିଲା । ଗୁଳିକାଣ୍ଡ ପୂର୍ବରୁ ଦୁଇ ଆକ୍ରମଣକାରୀଙ୍କୁ ଉମଙ୍ଗ ଏବଂ ବିନୟ ହିଁ ରୋହିଣୀ କୋର୍ଟ ନେଇଯାଇଥିଲେ । କୋର୍ଟ ଭିତରକୁ ଯିବା ପାଇଁ ସେମାନେ ଓକିଲ ଡ୍ରେସ ପିନ୍ଧିଥିଲେ । ଗୋଗିକୁ ଗୁଳି ମାରିବା ପରେ ସେଠାରୁ ବିନୟ ଓ ଉମଙ୍ଗ ଫେରାର ହୋଇଯାଇଥିଲେ । କିନ୍ତୁ ପୋଲିସ ପକ୍ଷରୁ ହୋଇଥିବା ଗୁଳିମାଡରେ ଜଗା ଓ ରାହୁଲ ନିହତ ହୋଇଥିଲେ । ପରେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ବିନୟ ଓ ଉମଙ୍ଗକୁ ଗିରଫ କରିଛି ।

ସୂଚନା ଅନୁସାରେ ଗତ ଶୁକ୍ରବାର ଦିଲ୍ଲୀର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଓରଫ ଗୋଗିକୁ କୋର୍ଟ ଭିତରେ ହିଁ ଗୁଳି କରି ହତ୍ୟା କରାଯାଇଛି । ଜିତେନ୍ଦ୍ରକୁ କୋର୍ଟର ୨ ନମ୍ବର ପ୍ରକୋଷ୍ଠରେ ବିଚାରପତିଙ୍କ ଆଗରେ ହାଜର କରାଯାଇଥିଲା । ଠିକ ଏହି ସମୟରେ ୨ ଆକ୍ରମଣକାରୀ ଓକିଲର ଛଦ୍ମ ବେଶରେ ଆସି ଗୋଗିକୁ ଗୁଳି ମାରିଥିଲେ । ତେବେ ଗୁଳିମାଡ ପରେ ଘଟଣାସ୍ଥଳରେ ହିଁ ଜିତେନ୍ଦ୍ରର ମୃତ୍ୟୁ ହୋଇଥିଲା । ପୋଲିସ ପକ୍ଷରୁ ମଧ୍ୟ ଆକ୍ରମଣକାରୀଙ୍କୁ ଗୁଳିମାଡ କରାଯାଇଥିଲା । ପୋଲିସ ଗୁଳିରେ ୨ ଜଣ ଆକ୍ରମଣକାରୀ ପ୍ରାଣ ହରାଇଥିଲେ । ସୂଚନା ମୁତାବକ ଏହି ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ ଘଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ