Masthead

ଗେହଲଟଙ୍କ ଭାଇଙ୍କୁ ଇଡିର ସମନ

ଜୟପୁର(ବଡ଼ ଖବର ବ୍ୟୁରୋ): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । କେତେବେଳେ ତାଙ୍କ ବିରୋଧରେ ରାଜ୍ୟରେ ଆନ୍ଦୋଳନ କରାଯାଉଥିବା ବେଳେ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି ହୋଇ ଆସୁଛି । କିଛି ଦିନ ପୂର୍ବରୁ କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଯୁବ ନେତା ସଚିନ ପାଇଲଟଙ୍କ ସହ ବୈଠକ କରିଥିବାର କଥା ସାମ୍ନାକୁ ଆସିଥିଲା । ଏହା ପରେ ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀ ପରିବତ୍ତନର ହେବାର କଥା ସାମ୍ନାକୁ ଆସିଥିଲା । ଏହା ମଧ୍ୟରେ ଅଶୋକ ଗେହଲଟଙ୍କୁ ବଡ଼ ଝଟକା ମିଳିଛି ।

ଇଡି ଜାଲରେ ଫଶିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଗ୍ରସେନ ଗେହଲଟଙ୍କୁ ସମନ୍‌ ଜାରି କରାଯାଇଛି। ଆଜି ପଚରାଉଚରା ପାଇଁ ଅଗ୍ରସେନ ଗେହଲଟଙ୍କୁ ଇଡିର କାର୍ୟ୍ୟାଳୟରୁ ଡକାରା ହୋଇଛି। ସାର ଦୁର୍ନୀତି ମାମଲାରେ ତାଙ୍କୁ ପଚରାଉଚରା ପାଇଁ ଡାକଯାଇଛି। ଏହି ମାମଲାରେ ଅଶୋକ ଗେହଲଟଙ୍କ ଭାଇ ଅଗ୍ରେସନ୍ ଗେହଲଟଙ୍କ ପ୍ରତିଷ୍ଠାନ ଉପରେ ପୂର୍ବରୁ ଚଢ଼ାଉ କରିସାରିଛି ।

ଗତ ବର୍ଷ ଜୁଲାଇରେ ସାର ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇ ଆଗ୍ରସେନ ଗେହଲଟଙ୍କ ଘରେ ଚଢ଼ାଉ କରିଥିଲା। ନଭେମ୍ବର ୨୦୧୭ରେ ବିଜେପି ଅଗ୍ରସେନଙ୍କ ବିରୋଧରେ ୨୦୦୭ରୁ ୨୦୦୯ ମଧ୍ୟରେ କଂଗ୍ରେସ ସରକାର କ୍ଷମତାରେ ଥିବା ବେଳେ ସବସିଡିଯୁକ୍ତ ସାର ରପ୍ତାନି କରିଥିବା ନେଇ ଅଭିଯୋଗ କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି