ରାସନ ବଣ୍ଟନରେ ମହାଦୁର୍ନୀତି

ପୁରୀ(ବଡ଼ ଖବର ବ୍ୟୁରୋ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଗତ ବର୍ଷେ ତଳେ ସାମ୍ନାକୁ ଆସିଥିଲା ପିଡ଼ିଏସ ମହାଦୁର୍ନୀତି । ଏବେ ପୁଣି ସାମ୍ନାକୁ ଆସିଛି ରାସନ ବଣ୍ଟନରେ ମହାଦୁର୍ନୀତି । ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟୀ ପଂଚାୟତ କଣ୍ଟାପଡା ଡିଲରଙ୍କ ନାଁ ରେ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ଏହି ପଂଚାୟତରେ ରାସନ ସାମଗ୍ରୀ ବଣ୍ଟନ ରେ ବ୍ୟାପକ ଦୁର୍ନୀତି କରାଯାଉଥିବାର ଅଭିଯୋଗ ହୋଇଛି । ଡିଲର ଟୋକନରେ ଚାରି ମାସ ଲେଖି ତିନି ମାସର ରାସନ ଦେବା, ଓଜନରେ କାଟିବା ଓ କିରୋସିନି ଦେଉନଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ।

ଯାହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ହିତାଧିକାରୀମାନେ ଏସଂପର୍କରେ ଉପଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି । ଅସ୍ତରଙ୍ଗ ଯୋଗାଣ ବିଭାଗ ଅଧିକାରୀଙ୍କୁ କହିଲେ ମଧ୍ୟ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ଅନ୍ୟପଟେ ଏ ସବୁ ଅଭିଯୋଗକୁ ସମ୍ପୃକ୍ତ ଡିଲର ଖଣ୍ଡନ କରିବା ସହ କ୍ୟାମେରା ସାମ୍ନାରେ କିଛି କହିବେ ନାହିଁ ବୋଲି ମନା କରିଦେଇଛନ୍ତି । ତୁରନ୍ତ ଉଚ୍ଚପଦସ୍ଥ ଅଧିକାରୀ ହସ୍ତକ୍ଷେପ କରିବା ପାଇଁ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ