Masthead

ତୃତୀୟ ଲହର ପ୍ରଭାବ ପଡ଼ି ନ ପାରେ !

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ କରୋନା ତୃତୀୟ ଲହରର ବିଶେଷ କିଛି ପ୍ରଭାବ ପଡ଼ି ନ ପାରେ । ବର୍ତ୍ତମାନ ରାଜ୍ୟରେ ଯେଉଁ ସଂକ୍ରମଣ ବଢିଛି, ତାହା ସେତେ ଅଧିକ ନୁହେଁ । ସେହି ଟ୍ରେଣ୍ଡକୁ ଦେଖିଲେ ଆମେ ଭଲ ସ୍ଥିତିରେ ରହିବା ପରି ଲାଗୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର । ସେ କହିଛନ୍ତି ସେରୋ ସର୍ଭେ ରିପୋର୍ଟ ମଧ୍ୟ ବହୁତ ଭଲ ଆସିଛି । ସମସ୍ତ ବର୍ଗର ଲୋକଙ୍କ ଶରୀରରେ ଭଲ ଆଣ୍ଟିବଡି ବିକଶିତ ହୋଇଛି ।

ସ୍ୱାସ୍ଥ୍ୟକର୍ମୀଙ୍କର ୯୩ ପ୍ରତିଶତ ଓ ସାଧାରଣ ଲୋକଙ୍କର ୭୩ ପ୍ରତିଶତ ଆଣ୍ଟିବଡି ବିକଶିତ ହୋଇଛି । ଟିକା ନେଇଥିବା ଲୋକଙ୍କର ବି ଭଲ ଆଣ୍ଟିବଡି ରହିଛି । କୋଭିସିଲ୍ଡ ଓ କୋଭାକ୍ସିନ ଭିତରେ କିଛି ତଫାତ ନଥିବା ଜଣାପଡିଛି । ଏହାବାଦ ଗ୍ରାମଞ୍ଚଳ ଲୋକଙ୍କଠାରେ ବି ଭଲ ଆଣ୍ଟିବଡି ବିକଶିତ ହୋଇଛି । ରାଜ୍ୟରେ ଏବେ କରୋନା ନିୟନ୍ତ୍ରଣରେ ଅଛି । ଭୁବନେଶ୍ୱର, କଟକରେ କିଛି ଅଧିକ ରହୁଛି । ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ଡା. ମହାପାତ୍ର ପରାମର୍ଶ ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ