Masthead

ସିଦ୍ଧୁଙ୍କ ଇସ୍ତଫା ପରେ ସ୍ୱର ବଦଳାଇଲେ କ୍ୟାପଟେନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କ୍ୟାପଟେନ ଅମରିନ୍ଦର ସିଂହଙ୍କ ହଠାତ ଇସ୍ତଫା ଦେବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହା ସହ କ୍ୟାପଟେନ ମୁଖ୍ୟମନ୍ତ୍ରୀ ପଦରେ ଥିବାବେଳେ ତାଙ୍କୁ ଅଣନିଃଶ୍ୱାସୀ ଭଳି ଲାଗୁଥିଲା ବୋଲି କହିଥିଲେ । ସିଦ୍ଧୁ ଓ କ୍ୟାପଟେନଙ୍କ ଦୀର୍ଘ ଦିନର କନ୍ଦଳ ମଧ୍ୟ ସମାପ୍ତ ହୋଇଯାଇଥିଲା । କେବଳ ଏତିକି ନୁହେଁ ବରଂ ଇସ୍ତଫା ଦେବା ପରେ ଦଳର ସୁପ୍ରିମୋ ଠାରୁ ଆରମ୍ଭ କରି ସିଦ୍ଧୁଙ୍କୁ ସମାଲୋଚନା କରିବା ପାଇଁ ପଛେଇନଥିଲେ । ତେବେ ତାଙ୍କର ଦଳକୁ ନେଇ ଥିବା କ୍ରୋଧ ଏଥିରୁ ସ୍ପଷ୍ଟ ବାରି ହୋଇଯାଇଥିଲା । ଏହା ମଧ୍ୟରେ ନବଜୋତ ସିଂହ ସିଦ୍ଧୁ ନିଜ ପଦରୁ ଇସ୍ତଫା ଦେଇଥିବାର କଥା ସାମ୍ନାକୁ ଆସିଛି ।

ଏ ଖବର ସାମ୍ନାକୁ ଆସିବା ପରେ କ୍ୟାପଟେନ ନିଜର ସ୍ୱର ପରିବର୍ତ୍ତନ କରିଥିବାର ସୂଚନା ମିଳିଛି । କାହିଁକିନା ଏହା ପୂର୍ବରୁ କ୍ୟାପଟେନ କଂଗ୍ରେସ ଛାଡ଼ି ଭାରତୀୟ ଜନତା ପାର୍ଟିରେ ମିଶିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ଏହା ସହ ସେ ଖୁବଶୀଘ୍ର ବିଜେପି ସଭାପତି ଜେ ପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଯାଉଥିବାର ସୂଚନା ମିଳିଥିଲା । ହେଲେ ସିଦ୍ଧୁଙ୍କର ଇସ୍ତଫା ଦେବା କଥା ସାମ୍ନାକୁ ଆସିବା ପରେ ସେ ନିଜର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ